Odiapua.com

ବିଭିନ୍ନ ସଙ୍ଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳିତ

ତାଳଚେର, ୨୭/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ହିଙ୍ଗୁଳା ମାଟିର ସନ୍ତାନ ତଥା ତାଳଚେରର ଗର୍ବ ଓ ଗୌରବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସକୁ ବିଭିନ୍ନ ସାମାଜିକ ସଙ୍ଗଠନ ଏବଂ ସାଧାରଣ ଗ୍ରାମବାସୀ ଉତ୍ସାହର ସହ ପାଳନ କରିଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ତାଳଚେର ସୀତାରାମ ସେନା ପକ୍ଷରୁ ସାଉଥବଲଣ୍ଡା ହନୁମାନ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ୍ନ ଦିନ ପାଳନ କରାଯାଇଥିଲା। କାର୍ଯ୍ୟକର୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କ ଉତରୋତର କାମନା କରି ସାମୁହିକ ଭାବେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ୱଳନ କରିବାସହ ମନ୍ଦିର ନିକଟରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୀତାରାମ ସେନାର କର୍ମକର୍ତା ସନ୍ତୋଷ କୁମାର ମହାସୁପକାର, ଅଶୋକ ସିଂ, ପ୍ରତିମା ଚୌଧୁରୀ, ଦୀପକ ଦାସ, ବିଭୁଦ ପ୍ରଧାନ, ବିବେକ ଦେବତା, ସ୍ୱରୂପ ନାୟକ, ମୋହିତ ମନ୍ଥନ, ଦୁର୍ଯ୍ୟୋଧନ ସାହୁ, ସିତଲ ବେହେରା, ଚନ୍ଦନ ବେହେରାଙ୍କ ସମେତ ବହୁ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଓଡିଶା ଡେଭଲପମେଣ୍ଟ ୟୁଥ ଆସୋସିଏସନ (ଓଡ଼ିଆ)ପକ୍ଷରୁ ତାଳଚେର ବ୍ଲକ କର୍ଣ୍ଣପୁର ପଂଚାୟତର ସୀତାରାମ ଆଶ୍ରମ ପରିସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ ହୋଇଥିଲା। ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ କେନ୍ଦ୍ରମନ୍ତ୍ରୀଙ୍କ ଉତରୋତର କାମନା କରାଯାଇଥିଲା। କାର୍ଯ୍ୟକର୍ତାମାନେ ସେହି ଆଶ୍ରମ ପରିସରରେ ବୃକ୍ଷରୋପଣ କରିଥିଲେ। ଓଡ଼ିଆ ସଙ୍ଗଠନର ସଭାପତି ସାଗର କୁମାର ସାହୁ, କୋଷାଧକ୍ଷ ସୁନୀଲ ବିଶ୍ୱାଳ ପ୍ରଶାନ୍ତ ସାହୁ, ଗୋପାଳି ସାହୁ ସମେତ ବହୁ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଳଚେର ସଫେଇ ଠିକା କର୍ମଚାରୀ ସଂଘର କର୍ମକର୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିବସରେ ସାମୁହିକ ଭାବେ ଗୋବରା ଢିପସାହି ଠାରେ ବୃକ୍ଷରୋପଣ କରିଥିଲେ ଏବଂ ପରେ ଯାଇ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଅଜୟ ଗୋଛାୟତ, ବିନୋଦ ଗୋଛାୟତ, ବିନୟ ଗୋଛାୟତ, ସତ୍ୟନାରାୟଣ ଗୋଛାୟତ, ଲିପୁ ଗୋଛାୟତ, ରାହୁଲ ଗୋଛାୟତ, ସଉଦା ଗୋଛାୟତ, ରିଷି ଗୋଛାୟତ, ରୋହିତ ଗୋଛାୟତ, ଶକ୍ତି ଗୋଛାୟତଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ। ତାଳଚେର ବ୍ଲକ କଣ୍ଢାଳ ପଂଚାୟତର ମଦନମୋହନ ପୁର ଗ୍ରାମବାସୀ ମାନେ ଏକତ୍ରିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସରେ ସାମୁହିକ ଭାବେ ନିଜ ଗ୍ରାମରେ ବୃକ୍ଷ ରୋପଣ କରବାସହ ଗ୍ରାମର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସମିତି ସଭ୍ୟ ଚୈତନ୍ୟ ପ୍ରଧାନ, ବିଭୁତି ପ୍ରଧାନ, ଚନ୍ଦନ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।