Odiapua.com

ବିଭିନ୍ନ ବସ୍ତି ଓ କଲୋନୀରେ ଡ଼୍ରେନେଜ ସମସ୍ୟା

ରାଉରକେଲା ୧୨-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲାର ମହାନଗର ନିଗମ ଅଂଚଳ ଅନ୍ତର୍ଭୁକ୍ତ ବିଭିନ୍ନ ବସ୍ତି ଅଂଚଳରେ ବର୍ଷାଦିନ ପୂର୍ବରୁ ଡ଼୍ରେନେଜ ସଫା କାର୍ଯ୍ୟ କରାଯାଉଥବାବେଳ, ଅପରପକ୍ଷରେ ଦକ୍ଷିଣ ରାଉରକେଲାରେ ଥିବା ବସ୍ତି ଓ କଲୋନୀରେ ଡ଼୍ରେନେଜ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏଠାରେ ଥିବା ଅଧିକାଂଶ ବସ୍ତି ଓ କଲୋନୀ ଆରଏସପି ତଥା ରାଉରକେଲା ମହାନଗର ନିଗମ ଅନ୍ତର୍ଭୁକ୍ତ ନଥିବା କାରଣରୁ ଡ଼୍ରେନେଜ ସଫା ହୋଇ ପାରୁ ନଥିବା ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବାରମ୍ବାର ଡ଼୍ରେନେଜରୁ ଅଳିଆ ଆବର୍ଜନା ସଫା କରିବା ପାଇଁ ଦାବି କରାଯାଉଥିଲେ ମଧ୍ୟ କୈଣସି ସୁଫଳ ମିଳି ପାରି ନାହିଁ ବୋଲି କେତେକ ବସ୍ତିବାସିନ୍ଦା ପ୍ରକାଶ କରିଛନ୍ତି। ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ବସ୍ତି, ଡ଼ାବର ବସ୍ତି, ହାଟିଙ୍ଗଟୋଲା, ମୁଣ୍ଡାବସ୍ତି, କଇଁଥାବସା, ଲେଙ୍ଗଡ଼ାବସା ସମେତ କନଷ୍ଟ୍ରକସନ କଲୋନୀ, ଆରଏଚ କଲୋନୀ ଆଦିରେ ବର୍ଷାରେ ନାଳ ଗୁଡ଼ିକ ପାଣିରେ ପୂର୍ଣ୍ଣ ହୋଇ ଯାଉଛି।ନାଳରେ ବହୁ ଦିନରୁ ପଡ଼ି ରହିଥିବା ଅଳିଆ ଆବର୍ଜନା ଗୁଡ଼ିକ ରାସ୍ତା ଉପରକୁ ଉଠି ଆସି ରାସ୍ତାରେ ଭାସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ରାସ୍ତାରେ ଯିବା ଆସିବା କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗୃହପାଳିତ ପଶୁମାନେ ଅଳିଆରୁ ବାହାରୁଥିବା ପୁରୁଣା ପଲିଥିନ ଗୁଡ଼ିକ ସେବନ କରିବା ଯୋଗୁ ବିଭିନ୍ନ ରୋଗରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ବସ୍ତି ଅଂଚଳରେ ଡ଼୍ରେନେଜ ସମସ୍ୟା ଯୋଗୁ ପ୍ରାୟ ସବୁ ବସ୍ତିରେ ଏକ ପୂର୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ଅଳିଆ ଆବର୍ଜନା ପ୍ରଭାବରେ ମଶା, ମାଛିଙ୍କ ପ୍ରାଦୃଭାବ ବଢିବା ଯୋଗୁ ମେଳେରିଆ, ଡେଙ୍ଗୁଜ୍ୱର ହେବା ଆଶଙ୍କା ଦେଖାଦେଇଛି।ଏଣୁ ପ୍ରଶାସନ ପକ୍ଷରୁ ଡ଼୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବସ୍ତି ଓ କଲୋନୀ ବାସ୍ ିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।