Odiapua.com

ବିଭିନ୍ନ ଦାବି ନେଇ ଗାଁ ସାଥୀଙ୍କ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ,ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ମାଲକାନଗିରି,୧ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ କାର୍ଯ୍ୟକରୁଥିବା ଗାଁ ସାଥି ମାନେ ବିଭିନ୍ନ ଦବିପୁରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ପ୍ରତି ଗାଁରେ ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ ରାଜସ୍ୱଗ୍ରାମରେ ଗ୍ରାମ ସାଥୀଙ୍କୁ ନିଯୁକ୍ତି ଦିଆ ଯାଇଥିଲା । ସେମାନେ ଗତ୧୩ବର୍ଷହେଲା ସରକାରଙ୍କ ମନରେଗା ଯୋଜନା ସହ ଅନ୍ୟାନ ଉନ୍ନୟନ କାର୍ଯ୍ୟ ଠିକ ଭାବେ ତଦାରଖ କରିବା ସହିତ ପଚାଂୟତ ନିର୍ବାହିଅଧିକାରୀ ମାନଙ୍କୁ କାର୍ଯ୍ୟରେ ସହ ଯୋଗ କରିଆସୁଥିଲେ । ରାଜ୍ୟ ପଚାଂୟତ ରାଜ ଓ ପାନୀୟଜଳ ଯୋଗଣ ବିଭାଗ ଚିଠି ନମ୍ବର୧୨୧୪୦,ତା.୨୧.୭.୨୦୨୧ରେ ଓ ୧୭ା୮ା୨୦୨୧,୧୯ା୮ା୨୦୨୧ ତାରିଖରେ ମନରେଗା କାଯର୍ଯ୍ୟକୁ ମିଶନଶକ୍ତିର ମହିଳା ମାନେ ତଦାରଖ କରିବା ପାଇଁ ଚିଠିଆସିଛି । ସେହି ଏହି ତିନୋଟି ଚିଠି କୁ ତୁରନ୍ତ ପ୍ରତ୍ୟାହାର କରିବା,ମାସକୁ ସବ ର୍ନିମ୍ମ୧୦ଦିନ ଓ ବର୍ଷକୁ ୧୦୦ଦିନର ନିଶ୍ଚିତ କାର୍ଯ୍ୟ,ଉଚିତ ପ୍ରାପ୍ୟ ପ୍ରଦାନକରିବା ,ଗତ ୨୦୨୦ ଓ ୨୦୨୧ ମସିହାରେ କରୋନାର ଭୟାବହ ପରିସ୍ଥିତି ରେ ଗାଁ ସାଥୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ୨୦ହଜାର ରୁ ଉର୍ଦ୍ଦ ଟଙ୍କା କୋଭିଡ ରାଶିପ୍ରଦାନକରିବା,ଜବକାର୍ଡ ଧାରି ମାନଙ୍କୁ ୧୦୦ଦିନ ପରିବର୍ତେ ୨୦୦ଦିନର କାର୍ଯ୍ୟର ପ୍ରଦାନ,୨୧୫ଟଙ୍କା ବଦଳରେ ୩୦୦ଟଙ୍କା ଦୈନିକ ମଜୂରୀ ପ୍ରଦାନ ଆଦି ଦାବିକରି ୫୦୦ରୁ ଉର୍ଦ୍ଦ ଗାଁ ସାଥି ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗାଁ ସାଥୀ (ମେଟ)ମିଳିତ କ୍ରିୟାଅନୁଷ୍ଠାନ କମିଟି ଜିଲ୍ଲା ସଂଘ ସଭାପତି ହରି ନାୟକ,ସଂପାଦକ କଣ୍ଣ ର୍ ଦୁରିଆ, ଉପଦେଷ୍ଠା ଘେନୁ ମୁଦୁଲି,ବାକା ସନ୍ୟାଶି ନାୟକ,ଭିମସେନ ଖେମୁଡୁ,ଭୁପେଶ କର୍ମକା.ମଧୁସୁଦନ ଦୋରା,ରାମ ମାଡକାମି,କମଳା ନାୟକ,ସାବିତ୍ରୀ କ୍ରିସାନୀ,ମିନତୀ ମାଡକାମି,ମମତା ମାଡକାମି ପ୍ରମୁଖ ଏହି ବିକ୍ଷୋଭ ଓ ଧାରଣାର ନତୃତ୍ୱ ନେବା ସହିତ ମାଲକାନଗିରି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆୟାନ ଙ୍କ ଉଦେଶ୍ୟରେ ୫ଦଫା ଦାବିପୁରଣ ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାର ସାତଟି ବ୍ଲକର ବିଭିନ୍ନ ରାଜସ୍ୱ ଗ୍ରାମଗୁଡିକରେ ୨୨୦୦ ଜଣ ଶିକ୍ଷତ ଯୁବକ ଓ ଯୁବତୀ ମାନଙ୍କୁ ଗାଁ ସାଥୀ ଭାବେ ନିଯୁକ୍ତି ଦିଆ ଯାଇଥିଲା , ସେମାନଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ନିଯୁକ୍ତି ପାଇଥିଲେ ।