Odiapua.com

ବିଭିନ୍ନ ଦାବିନେଇ ମାଲକାନଗିରି ଜିଲ୍ଲା ହସପିଟାଲର ଫାର୍ମାସିଷ୍ଟ କଳାବ୍ୟାଚ ପରିଧାନ କରି ଡିୟୁଟୀ କଲେ

ମାଲକାନଗିରି,୧୧ ।୬ (ଓଡିଆ ପୁଅ ) ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ବିଭିନ୍ନ ଦାବିନେଇ ଆଜି ମାଲକାନଗରି ଜିଲ୍ଲା ସଦର ମହକୁମା ହସପିଟାଲ ପରିସରେ କଳାବ୍ୟାଚ ପରିଧନକରି ଫର୍ମାସିଷ୍ଟ ମାନେ ନିଜର ଡିୟୁଟୀରେ ଯୋଗ ଦେଇଛନ୍ତି । ରାଜ୍ୟରେ ସରକାରଙ୍କ ଫାର୍ମାସିଷ୍ଟଙ୍କ ପ୍ରତି ଉଦାସିନତା ମନୋଭାବ,ଡାକ୍ତର ନଥିବା ବେଲେ ସମସ୍ତ ପ୍ରକାର ରୋଗୀ ସେବା କରିଥାନ୍ତି,କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ରୋଗି ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି ,କୋଭିଡରେ ମୃତ୍ୟୁବରଣ କରୁଥିବା ଫାର୍ମାସିଷ୍ଟ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗ।।ଇବା,ଦରମା ବୃଦ୍ଧି କରିବା,ପଦନ୍ନୋତି ଦେବା, ଆଦି ଦାବି ଉପସ୍ଥାପନ କରି ଜିଲ୍ଲା ଫାର୍ମାସିଷ୍ଟ ସଂଘର ସଭାପତି ସତବୀର ସିଂ,ଜିଲ୍ଲାସଂପାଦକ ଅଶୋକ କୁମାର ସାହୁ,ମଦନ ମୋହାନ ପାଢି ଙ୍କ ନେତୃତ୍ୱରେ ସମସ୍ତ ଫାର୍ମାସିଷ୍ଟ ମାନେ କଳାବ୍ୟାଚ ପରିଧାନ କରି ଡିୟୁଟୀରେ ଯୋଗଦେଇଛନ୍ତି , ତୁରନ୍ତ ସେମାନଙ୍କ ଦିବାଗୁଡିକ ପୁରଣ କରା ନଗଲେ ଆଗାମି ଦିନରେ ସମୁହ ଛୁଟିରେ ରହିବେ ବୋଲି ଜଣାଇଛନ୍ତି ।