Odiapua.com

ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟତ ରାସ୍ତା ଅଧପନ୍ତରିଆ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନରେ ଥିବା ଆଡ଼ିଆ ପଂଚାୟତ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ବ୍ୟକ୍ତି ବିଶେଷ ଙ୍କ ଗମନା ଗମନ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ଥିଲେହେଁ ସ୍ୱାଧିନତାର ୭୩ବର୍ଷ ପରେ ମଧ୍ୟ ଏହାର ସୁଧାର ଆସିନି । ସେଥିମଧ୍ୟରୁ ଜିରିଣାଠାରୁ ବରଗଢ଼ିଆ,ଆଡ଼ିଆଠାରୁ ବାହାଦଲପୁର ଓ ନଳିତା ଗଢ଼ିଆ,ଆର.ଡ଼ି ରୋଡ଼ ଠାରୁ ଅଘିରାଗଢ଼ିଆ,ଆରଡ଼ି ରାସ୍ତାଠାରୁ ବଧିଗଢଆ,ମୁଖ୍ୟରାସ୍ତା ଠାରୁ ଅଢ଼ାଳପଙ୍କ ଶାସନ, ଯାତାୟତ ରାସ୍ତା । ଏହି ରାସ୍ତା ଗୁଡ଼ିକ କେଉଁଠି ଅଧାପନ୍ତିରିଆ ତ କେଉଁଠି ନିର୍ମାଣ ହୋଇଥିଲେ ମଧ୍ୟ ମୋରମ ମୁଠେ ପଡ଼ିନି । ଫଳରେ ବର୍ଷା ଦିନରେ ଉକ୍ତ ରାସ୍ତା ଗୁଡ଼ିକ କଦମାକ୍ତ ସହ ରାସ୍ତାରେ ପାଣି ଜମିଥିବାରୁ ବିଦ୍ୟାଳୟକୁ ଯାଉଥିବା ଛାତ ୍ରଛାତ୍ରୀଙ୍କ ଠାରୁ ବୃଦ୍ଧ,ବୃଦ୍ଧା ଙ୍କ ସହ ଆଗନ୍ତୁଙ୍କ ମାନଙ୍କ ପାଇଁ ଏହା ପ୍ରମୁଖ ସମସ୍ୟା ପାଲଟିଛି ।ବିଭିନ୍ନ ୱାର୍ଡ଼ରେ ଆଲୋକ ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧାପାଇଁ ଦାବି ହେଉଛି । ଅନ୍ୟପକ୍ଷରେ ଉକ୍ତ ପଂଚାୟତରେ ଅବସ୍ଥିତ ଥିବା ଐତିହାସିକ ଗ୍ରାମ ଅଢ଼ାଳପଙ୍କ ର ଦୁଇ ପାଶ୍ୱ ଦେଇ ମୁଖ୍ୟ ରାସ୍ତା ତିନିଗୋଟି ଜିଲାକୁ ସଂଯୋଗ କରିଥିଲେ ମଧ୍ୟ ଉକ୍ତ ଗ୍ରାମର କୁ ଯାତାୟତ ପାଇଁ ପକ୍କା ରାସ୍ତାଟିଏ ମୁଖ୍ୟ ସ୍ଥାନକୁ ସଂଯୋଗ ହୋଇନି ।ଅଧାପନ୍ତିଆ ରାସ୍ତାଯୋଗୁଁ ଗ୍ରାମବାସୀମାନେ ନାନା ସମସ୍ୟାରେ ସମ୍ମୁଖିନ ହୁଅନ୍ତି । ଉକ୍ତ ଗ୍ରାମରେ ପ୍ରାକ୍ତନ ଜମିଦାର ସ୍ୱର୍ଗତ କୃପାସ୍‌ିନ୍ଧୁ ପଣ୍ଡା , ବନ୍ତ ଥାନାର ପ୍ରଥମ ଗ୍ରାଜୁଏଟ ତଥା ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଳକୃଷ୍ଣ ଦାଶ ଶର୍ମା, ଓଡ଼ିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍ କବି ସାହିତ୍ୟିକ ବାଗ୍ମୀ ଗୟାଧର ଦାଶ ଶର୍ମା, ବିଶିଷ୍ଠ ନାଟ୍ୟକାର ,ସାହିତ୍ୟିକ,ସଂପାଦକ ଓ ସଂଗ୍ରାମୀ ଉପେନ୍ଦ୍ର ନାଥ ପଣ୍ଡା ଙ୍କ ଗ୍ରାମକୁ ଭଲ ରାସ୍ତାଟିଏ ନଥିବାରୁ ଅଧାପନ୍ତିଆ ହୋଇ ରହିଥିବା ରାସ୍ତାର ନିର୍ମାଣ ପାଇଁ ଦାବି ହେଉଛି ।