Odiapua.com

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ

ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପବିତ୍ର ଗୁରୁ ଦିବସ ଅବସରରେ ଗତକାଲି ସାଂସ୍କୃତିକ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ଗୁଡିକରେ ସାମାଜିକ ଦୂରତା ରଖି ଗୁରୁଦିବସ ପାଳନ କରାଯାଇଥିଲା। ପୁରୀ ଜିଲା ଛାତ୍ର ଶିକ୍ଷକ ଅଭିଭାବକ ସମନ୍ୱୟ ସମିତି ପକ୍ଷରୁ ଗୁରୁଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠାନର ଅଧ୍ୟକ୍ଷ ରାମଚନ୍ଦ୍ର ଦାସ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଇନଜୀବୀ ପୁଷ୍କର ମହାପାତ୍ର, ବିପିନ ବିହାରୀ ଦଳାଇ, ସୂର୍ଯ୍ୟମଣୀ ନାୟକ, କୃଷ୍ଣଚନ୍ଦ୍ର ରଥ, ବିଜୟ କୁମାର ପଣ୍ଡା ଗୁରୁଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଂପାଦକ ପ୍ରସନ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡଃ କୈଳାସ ଚନ୍ଦ୍ର ଟିକାୟତ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ସନ୍ତୋସି ଏଜୁକେସନାଲ କମ୍ପଲେକ୍ସ ପକ୍ଷରୁ ଗୁରୁଦିବସ ଅବସରରେ କମ୍ପଲକେକ୍ସ ର ପରିସର ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନ ର ସଂପାଦିକା ସୁଭାଷିନୀ ବଳିଆର ସିଂ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନ ଦ୍ୱାରା ପରିଚାଳିତ ସନ୍ତୋସି ଇଂଲିସ୍ ମିଡିୟ ବିଦ୍ୟାଳୟ ର ଅଧ୍ୟକ୍ଷା ଅଜନ୍ତା ବଳିଆର ସିଂ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସ୍ୱର୍ଗତଃ ରାଧା କ୍ରିଷ୍ଣାନ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ।