Odiapua.com

ବିଭାଜନ ଦ୍ୱାର ଦେଶରେ ନୟାଗଡ଼ ବିଜେପି, ଗୋଷ୍ଠୀକନ୍ଦଳ ତୀବ୍ରତର

ନୟାଗଡ଼, ୨୮ା୬( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପିରେ ଗୋଷ୍ଠୀକନ୍ଦଳ କମିବା ପରିବର୍ତ୍ତେ ଦିନକୁ ଦିନ ବଢୁଥିବା ଦେଖା ଦେଇଛି। ନୟାଗଡ଼ରେ ବିଜେପିର ସଂଗଠନ କରିଥିବା ପୁରୁଣା ଗୋଷ୍ଠୀ ନୂଆ ଗୋଷ୍ଠୀକୁ ଖୋଲମ ଖୋଲା ବିରୋଧ କରିବାରୁ ଦଳ ଫାଟ ପଦାରେ ପଡ଼ିଛି। ପୁରୁଣା ଗୋଷ୍ଠୀ କହିଛି ଯଦି ନୂଆ ଗୋଷ୍ଠୀର ନେତୃତ୍ୱକୁ ହଟାନଯାଏ ତେବେ ସେମାନେ ବିକଳ୍ପ ପନ୍ଥା ଅବଲମ୍ବନ କରିବେ ବୋଲି ରାଜ୍ୟ ନେତୃତ୍ୱକୁ ଚେତାବନୀ ଦେଇଛନ୍ତି। ପୁରୁଣା ଗୋଷ୍ଠୀରେ ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, କୃଷକ ମୋର୍ଚ୍ଚା ନେତା ପ୍ରଦୀପ ଜେନା, ପୂର୍ବତନ ବିଧାୟକ ସୀତାକାନ୍ତ ମିଶ୍ର, ୨ଜଣ ଜିଲ୍ଳା ଉପସଭାପତିଙ୍କ ସମେତ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବରିଷ୍ଠ କର୍ମକର୍ତ୍ତା ରହିଛନ୍ତି। ଅନ୍ୟପଟେ କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଲାଲା ମନୋଜ ରାୟ ଓ ତାଙ୍କତ ପତ୍ନୀ ଏବେର ନୟାଗଡ଼ ବିଜେପିର ସଂଗଠକ ଇରାନୀ ରାୟ ନେତୃତ୍ୱ ନେଉଛନ୍ତି। ଇରାନୀ ରାୟଙ୍କ ସପକ୍ଷରେ ପୂର୍ବତନ ବ୍ଳକ ଚେୟାରମ୍ୟାନ ଲକ୍ଷ୍ମୀଧର ତ୍ରୀପାଠି ଓ ଅନେକ ବରିଷ୍ଠ କର୍ମୀ ରହିଛନ୍ତି। ଇରାନୀଙ୍କ ନେତୃତ୍ୱକୁ ବିରୋଧ କରି ପ୍ରତିପକ୍ଷ ଗୋଷ୍ଠୀ ରାଜ୍ୟ ନେତୃତ୍ୱ ନିକଟରେ ଫେରାଦ୍ ଦେଇଛନ୍ତି। ଯଦି ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରାନଯାଏ ତା’ହେଲେ ସେମାନେ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଜଣାଇ ଦେଇଛନ୍ତି। ବିଜେପିର ଲୋକପ୍ରିୟତା ଦେଖି କେତେକ ବିଭିନ୍ନ ଦଳରୁ ଆସି ମିଶୁଥିବାବେଳେ ନୟାଗଡ଼ର ବିଜେିପିର ବାଡିଆପିଟା ଦେଖି ଏବେ ବିଜେପିରୁ ଓହରି ଯିବାକୁ ବସିଥିବା ଚର୍ଚ୍ଚା ହେଉଛି। ବିକେପିର ଗୋଷ୍ଠୀକନ୍ଦଳ ଏପରି ହେଲାଣିଯେ ନୟାଗଡ଼ରେ ବିଜେପି ଲୋକମାନେ ଏବେ ନିଜ ଉପରୁ ଆସ୍ଥା ହରାଉଥିବା ଆଲୋଚନା ହେଉଛି। ଏମିତି ବହୁବାର ଗୋଷ୍ଠିକନ୍ଦଳକୁ ନେଇ ବିଜେପି ଚର୍ଚ୍ଚାରେ ଥିବାବେଳେ ରବିବାର କିନ୍ତୁ ନୟାଗଡ଼ର ଏକ ସ୍ଥାନୀୟ ହୋଟେଲରେ ବିଜେପି ଆୟୋଜନ କରିଥିବା ବୁଦ୍ଧିଜୀବୀ ସମ୍ମିଳନୀରେ ବିଜେପି ବିଜେପି ଭିତରେ ଚାଲିଥିବା ଏହି ଦୁଇଗୋଷ୍ଠୀର ଖଣ୍ଡଯୁଦ୍ଧ କୁ ନେଇ ଦଳ ନୟାଗଡ଼ରୁ ଆସ୍ଥା ହରାଉଥିବା ଦେଖାଦେଇଛି। କେବଳ ନେତୃତ୍ୱ ପାଇଁ ଏପରି ବାଡ଼ିଆପିଟା ବୋଲି କୁହାଯାଉଥିଲାବେଳେ ଶାସକ ଦଳକୁ ଏମାନେ କ’ଣ ମୁକାବଲା କରିବେ ବରଂ ଶାସକ ଦଳକୁ ସୁହାଇବା ଭଳି ଏମାନଙ୍କ କାର୍ଯ୍ୟାବଳୀ ବୋଲି ଆଲୋଚନା ହେଉଛି। ଏପରି ବିଶେଷ କରି ମତ ଦେଇଛନ୍ତି ଏହି ସମ୍ମିଳନୀରେ ଉପସ୍ଥିତି ଥିବା କେତେକ ବୁଦ୍ଧିଜୀବୀ। ମୋଦି ଶାସନର ବିକାଶ ଘରେ ଘରେ ଶୀର୍ଷକ କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ଏପରି ବୁଦ୍ଧିଜୀବୀ ସମ୍ମିଳନୀର ଉଦ୍ଦେଶ୍ୟ ଥିଲା। ହେଲେ ସଭାରେ ଯେଉଁପରି ସର୍ବ ସମ୍ମୁଖରେ ଏପରି ଅଭାବନୀୟ ଘଟଣା ଘଟିଲା ତାକୁ ମଧ୍ୟ ସହଜେ ବୁଦ୍ଧିଜୀବୀମାନେ ହଜମ କରିପାରୁନଥିବା ଦେଖାଦେଇଥିଲା। ସଭା ଚାଲିଥିଲା। ନୟାଗଡ଼ ବିଜେପି ଉପସଭାପତି ଯୁଗଳ ଚରଣ ଭଟ୍ଟଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ମୁଖ୍ୟଅତିଥିଭାବେ ରାଜ୍ୟ ବୁଦ୍ଧିଜୀବୀ ସେଲର ପ୍ରବକ୍ତା ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଳ୍ଲିକ, ନୟାଗଡ଼ ସାଧାରଣ ସଂପାଦକ ନବୀନ କୁମାର ମହାପାତ୍ର, ନୟାଗଡ଼ ବିଜେପି ସଂଗଠକ ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଚାଲିଥିଲା, ଇରାନୀ ରାୟ ନିଜର ବକ୍ତବ୍ୟ ରଖୁଥିବାବେଳେ ହଠାତ୍ ବିଜେପିର ଅନ୍ୟଗୋଷ୍ଠୀ ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ଜେନା, ଯୁବ ସଂଗଠକ ସ୍ନେହରଂଜନ ପ୍ରମୁଖ ସମ୍ମିଳନୀରେ ପ୍ରବେଶ କରି ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ ଏବଂ କାହାକୁ ନଜଣାଇ ଏ ସଭା କରିବାକୁ କିଏ କହିଲା। ଏପରି କହି ବ୍ୟାନର ଚିରାଚିରି କରିବା ସହିତ ପ୍ରଥମେ ପାଟିତୁଣ୍ଡ, ପରେ ହାତାହାତି, ମୁଥ ମରାମରି, ଚଉକି ଫୋପଡ଼ା ଫୋପଡ଼ି, ଶେଷରେ ଲୁହା ରଡ଼ରେ ୍ବାଡ଼ାବାଡ଼ି ପର୍ଯ୍ୟନ୍ତ କଥାଯାଇ ମେଡିକାଲରେ ଆଡମିଶନ ପର୍ଯ୍ୟନ୍ତ କଥାଗଲା। ଶେଷର ବିଜେପିର ଏପରି ରଣକ୍ଷେତ୍ରକୁ ସାରା ନୟାଗଡ଼ ପଡ଼ିଲା ଉଠିଲା। ଶେଷରେ ରାଜ୍ୟ ବିଜେପି ନେତା କନକ ବର୍ଦ୍ଧନ ସିଂ ଦେଓ ଓ ପୃଥୀରାଜ ହରିନ୍ଦନ ଉଭୟ ଗୋଷ୍ଠିଙ୍କୁ ବୁଝାସୁଝା କରିବାପାଇଁ ପ୍ରୟାସ ଜାରି ରଖିଥିଲେ ମଧ୍ୟ କୌଣସି ଫଳବତୀ ହୋଇନଥିବା କୁହାଯାଉଛି। ତେବେ ଏବେଠାରୁ ଯେପରି ବିଜେପି ବିଜେପି ଭିତରେ ଖଣ୍ଡଯୁଦ୍ଧ ଆରମ୍ଭ ହେଲାଣି ଦଳ ସଜଡ଼ା ହେବା ପରିବର୍ତ୍ତେ ଏବଂ ଶାସକ ଦଳକୁ ମୁକାବଲା କରିବା ପରିବର୍ତ୍ତେ ଦଳର ଗୋଷ୍ଠି କନ୍ଦଳ ଆହୁରି ବଢିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।