Odiapua.com

ବିଭାଗୀୟ ଅଧିକାରୀଙ୍କ ସହ ମଧୂଚନ୍ଦ୍ରିକା ;ଅଭିଯୋଗ ସତ୍ୱେ ଏସ୍ଏଚ୍ଜି ଗୃପକୁ ପୁନଃଦାଇତ୍ୱ ନେଇ ହିତାଧିକାରୀ ଅସନ୍ତୁଷ୍ଟ

କୋଲାବିରା, ୧୫।୧୨(ଓଡିଆ ପୁଅ /ନିଶିତ କୁମାର ବହିଦାର) ସାଧାରଣ ବଂଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀଙ୍କ ବଂଟନ କରାଯାଉଥିବା କିରୋସିନି ବଂଟନରେ କୋଲାବିରା ବ୍ଲକ ଅନ୍ତର୍ଗତ ଝିଲ୍ଲାପାଲିରେ ବ୍ୟପକ ଅବ୍ୟବସ୍ଥା ଦେଖାଦେଇଥିବା ସତ୍ୱେ ପୁର୍ବର ଉକ୍ତ ଗୃପକୁ ବଂଟନ ଦାଇତ୍ୱ ଦିଆଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ଅଭି୍ୋଗ କରୁଛନ୍ତି ଯେ ବିଭାଗୀୟ ଅଧିକାରୀ ଏବଂ ଅବ୍ୟବସ୍ଥାରେ ସଂପୃକ୍ତ ଏସଏଚଜି ଗୃପର ଭିତିରିି ସଲାସୁତୁରା ରହିଥିବାରୁ ଜନସାଧାରଣଙ୍କ ସ୍ୱାର୍ଥକୁ ଜଲାଜଂଳି ଦେଇ ମନମୁଖି କାରବାର କରାଯାଉଛି। ଅଭିଯୋଗ ମତେ କୋଲାବିରା ବ୍ଲକ ର ଝିଲ୍ଲାପାଲି ପଂଚାୟତରେ ସାଧାରଣ ବଂଟନ ବ୍ୟବସ୍ଥା ମାଁ ସରସ୍ୱତୀ ଏସଏଚଜି ଗୃପ ଦ୍ୱାରା ସମ୍ପାଦନ କରାଯାଉଛି। ତେବେ ଅକ୍ଟୋବର ମାସରେ ହିତାଧିକାରୀଙ୍କୁ କିରୋସିନି ବଂଟନ ସମୟରେ ନ୍ୟାର୍ଯ୍ୟ ଦର ଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିଲା। ଏନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହା ସତ୍ୱେ ଚଳିତ ମାସ ଉକ୍ତ ଗୃପକୁ କିରୋସିନି ବଂଟନର ଦାଇତ୍ୱ ଦିଆଯାଇଛି। ଏହା ଜଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ ବ୍ଲକ ଯୋଗାଣ ଅଧିକାରୀଙ୍କ ପ୍ରଛନ୍ନ ହାତ ରହିଥରବା ଏବଂ ଭିତିରିଆ ସଲାସୁତରା ରହିଥିବା ନେଇ।ଭିଯୋଗ କରିଛନ୍ତି। ଅଭିଯୋଗ ପରେ ଯୋଗାଣ ଅଧିକାରୀ ଗ୍ରାମକୁ ଯାଇ ହିତାଧିକାରିଙ୍କ ବୟାନ ସଂଗ୍ରହ କରିବା ସହ କାହାଠାରୁ କେତେ ପଇଟା ଅଧିକ ନିଆଯାଇଛି ତାର ତାଳିକା ତିଆରି କରି ଦସ୍ତଖତ ନେଇଥିଲେ ମାତ୍ର କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତେ ପୁର୍ନବାର ବଂଟନ ଦାଇତ୍ୱ ଦିଆଯାଇଥିବାରୁ ଏସଏଚଜି ଗୃପ ଏବଂ ବିଭାଗୀୟ ଅଧିକାରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠେଇଛନ୍ତି। ଏସଂକ୍ରାନ୍ତରେ ବ୍ଲକ ଯୋଗାଣ ଅଧିକାରୀ ଦିପ୍ତୀଲତା ବାରିକଙ୍କ ସହିତ ଯୋଗାଯୋଗ କରିବାରୁ ସେ ଅଭିଯୋଗ ପରେ ତଦନ୍ତ କରି ଉପ-ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ତେବେ ସେଠାରୁ କୈାଣସି ନିର୍ଦ୍ଦେଶ ଆସିନଥିବାରୁ ପୁର୍ନବାର ଉକ୍ତ ଗୃପକୁ ବଂଟନ ଦାଇତ୍ୱ ଦିଆଯାଇଥିବା କହିଛନ୍ତି। ସରକାର ର୍ପତ୍ୟେକ ପଂଚାୟତରେ ଯୋଗାଣ ସହାୟକ ନିଯୁକ୍ତି ଦେଇଛନ୍ତି। ସାଧାରଣ ବଂଟନ ବ୍ୟବସ୍ଥାକୁ ସୁଗମ କରିବା ଦୃଷ୍ଟିରେ ପଂଚାୟତ କାର୍ଯ୍ୟାଳୟରେ ସାଧାରଣ ବଂଟନର ସୁବ୍ୟବସ୍ଥା କରେଇଥିବା ବେଳେ ଯୋଗାଣ ବିଭାଗର ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଅନେକ ସମୟରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି।

ସାଧାରଣ ବଂଟନ ବ୍ୟବସ୍ତାରେ ମଧ୍ୟ ଦେଖାଦେଇଛି ଅବ୍ୟବସ୍ଥା ଚାଲିଛି ବାଟମାରଣା। ଚଢାଦରରେ କିରୋସିନି ବିକ୍ରିକରି ହିତାଧିକାରୀଙ୍କୁ ଲୁଟିବାରେ ଲାଗିଛନ୍ତି ଏସଏଚଜି ଗୃପ। ସବୁ ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍ ରହିଥିବା ପରି ଅଭିଯୋଗ ହୋଇଥିଲା କୋଲାବିରା ବ୍ଲକ ଅନ୍ତର୍ଗତ ଝିଲ୍ଲାପାଲି ପଂଚାୟତରେ। ଏସଂକ୍ରାନ୍ତରେ ଝିଲ୍ଲାପାଲି ଗ୍ରାମବାସୀ ଲିଖି ଅଭିଯୋଗ କରି ସାଧାରଣ ବଂଟନ ଦାଇତ୍ୱରେ ଥିବା ଝିଲ୍ଲାପାଲି ଗ୍ରାମର ମାଁ ସରସ୍ୱତୀ ଏସଏଚଜିକୁ ଏହି ଦାଇତ୍ୱରୁ ମୁକ୍ତ କରାଯାଇ ପଚାୟତ କାର୍ଯ୍ୟାଳୟ ଠାରେ ନିଯୁକ୍ତ ଥିବା ଯୋଗାଣ ସହାୟକ ଜରିଆରେ କିରୋସିନି ବଂଟନର ସୁବ୍ୟବସ୍ଥା କରିବାକୁ ସେମାନେ ଦାବି ଜଣେଇଥିଲେ। ଗ୍ରାମର ୧୧୭ ଜଣଙ୍କ ଦସ୍ତଖତ ବିଶିଷ୍ଟ ଅଭିଯୋଗ ପତ୍ର କୋଲାବିରା ବିଡିଓ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପଳଙ୍କୁ ପ୍ରଦାନ କରାଯାଇ ଉକ୍ତ ଏସଏଚଜି ଗୃପ ଦାଇତ୍ୱରେ ଥିବା ସାଧାରଣ ବଂଟନ ବ୍ୟବସ୍ଥାକୁ ପଂଚାୟତ ହାତରେ ଦିଆଯାଉବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା। ଅଭିଯୋଗ ପତ୍ର ଜରିଆରେ ଗ୍ରାମବାସୀ ଉକ୍ତ ଏସଏଚଜି ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟତାର ତଦନ୍ତ ଦାବି କରିବା ସହିତ ଦୋଷି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଥିଲେ। ଗ୍ରାମର ନରେଶ ରାଓ, ଶକ୍ତି ଭୂଷଣ ସେଠୀ, ଦିନ ମାଝୀ, ପ୍ରଫୁଲ୍ଲ କୁମାର ପଟେଲ, ଜଗନ୍ନାଥ କିଶାନ, କ୍ତରାମ ଛତ୍ରିଆ, କ୍ଷେମାନ୍ତ ରଣବିଡା, ରାକେଶ ଛତ୍ରୀଆ, କାର୍ତିକ ଡିଲା, ଫକିର କିଶାନ, ସୁନିଲ ରଣା ପ୍ରମୁଖ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୋଲାବିରା ବିଡିଓଙ୍କ ଜରିଆରେ ପ୍ରଦାନ କରିଥିଲେ। ଝିଲ୍ଲାପାଲି ପଂଚାୟତ ଅଧିନରେଥିବା ହିତାଧିକାରୀଙ୍କୁ ଝିଲ୍ଲାପାଲି ଗ୍ରାମର ହିତାଧିକାରୀଙ୍କ ନିକଟରୁ ନିର୍ଧାରିତ ଦାମ୍ ଠାରୁ ଅଧିକ ନେଇ ଚଢାଦରରେ ବିକ୍ରିକରୁଥିବା ନେଇ ହିତାଧିକାରୀ ଅଭିଯୋଗ କେରିଥିଲେ। ଏସଂକ୍ରାନ୍ତରେ ଅଭିଯୋଗ ପାଇବାରେ ଘଟଣାରେ ସତ୍ୟତା ଥିବା ଦେଖି ଝିଲ୍ଲାପାଲି ସରପଂଚ ଦୁବରାଜ ନାଏକଙ୍କ ସମେତ ଓାଡ ସଭ୍ୟା ସବିତା ସେଠୀ, ଓାଡସଭ୍ୟ କୁନୁ ନାଏକ, ଓାଡସଭ୍ୟ ଯୁଧିଷ୍ଠିର ପଟେଲ, ଓାଡ ସଭ୍ୟ ରମାକାନ୍ତ ପଟେଲ, ହିତାଧିକାରୀ ବେଦମତି ଭଞ, ଝୁନି ବେସନ, ଶୁସିଲା ମହାନନ୍ଦ, ତୁଲାରାମ ବୁଡା, ଧନମତୀ ବୁଡା, ମିଟକି ବୁଡା, ନମିତା କୁଶୁମ, ଶେଶଦେବ ବାଗ ପ୍ରମୁଖଙ୍କ ସମେତ ଗ୍ରାମର ଅନେକ ଲୋକଙ୍କ ଲିଖିତ ଭାବରେ କୋଲାବିରା ବିଡିଓ, ବ୍ଲକ ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ଲକ ଯୋଗାଣ ଅଧିକାରୀ ଦୀପ୍ତିଲତା ବାରିକ ଏହା ସାମନ୍ୟ ଭୂଲ ଏଥିପାଇଁ ଆମେ ଉଭୟ ଏସଏଚଜି ଗୃପଙ୍କୁ ତାଗିଦ କରିଛୁ। ସେମାନେ ଟଙ୍କାଏ ଲେଖାଏଁ ହିତାଧିକାରୀଙ୍କ ଫେରସ୍ତ କରିଦେବେ ବୋଳି କହିଥିଲେ ସେ ସମୟରେ। ତାଛଡା ଏସକ୍ରାନ୍ତରେ ସତ୍ୟାସତ୍ୟ ଜାଣିବା ପାଇଁ କୋଲାବିରା ବ୍ଲକ ଯୋଗାଣ ଅଧିକାରୀ ଦୀପ୍ତିଲତା ବାରିକ ଝିଲ୍ଲାପାଲି ଗ୍ରାମକୁ ଯାଇ ଅଭିଯୋଗର ସତ୍ୟାସତ୍ୟ ପରଖିଥିଲେ। ସେ ଝିଲ୍ଲାପାଲି ଗ୍ରାମକୁ ଯାଇ କେବଲ ମାଁ ସରସ୍ୱତୀ ନାମକ ସଂପୃକ୍ତ ଏସଏଚଜି ଗୃପର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଫେରି ଆସୁଥିବା ସମୟରେ ୱାଡସଭ୍ୟ ନବ କୁମାର ପଟେଲ ଙ୍କ ସମେତ ଗ୍ରାମର ଅନ୍ୟହିତାଧିକାରୀ ମାନେ ଯୋଗାଣ ଅଧିକାରୀଙ୍କ ବାଟ ଓଗାଲି ଚଢାଦରରେ କିରୋସିନି କିଣିଥିବା ହିତାଧିକାରୀଙ୍କ ଠାରୁ ମଧ୍ୟ ବୟାନ ନେବାପଇଁ ଦାବି କରିବା ପରେ ଯୋଗଣ ଅଧିକାରୀ ଏସଏଚଜି ଏବଂ ହିତାଧିକାରୀ ଉଭୟଙ୍କ ବୟାନ ନେଇଥିଲେ। ତେବେ ଯଉ ଅବସ୍ଥାକୁ ସେଇ ବ୍ୟବସ୍ଥା ପରି ପୁନଶ୍ଚ ଦାଇତ୍ୱ ଦିଆଯାଇଥିବାରୁ ଗ୍ରାମାରେ ହିତାଧିକାରୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି। ଉକ୍ତ ଏସଏଚଜି ଗୃପକୁ ଦାଇତ୍ୱ ମୁକ୍ତା କରାଯିବା ସହ ପଂଚାୟତ କାର୍ଯ୍ୟାଳୟରେ ସାଧାରଣ ବଂଟନର ବ୍ୟବସ୍ଥା କରାଯାଉବୋଲି ଦାବି ହେଉଛି।