Odiapua.com

ବିଭତ୍ସ ହତ୍ୟାକାଣ୍ଡ! ମା’ କୁ ହତ୍ୟା କଲା ପୁଅ

କଟକ ୨୬-୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକ କନିକାଛକରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ! ମା’ କୁ ହତ୍ୟା କରିଛି ପୁଅ। ମାଆକୁ କଟୁରିରେ ହାଣି ହତ୍ୟା କଲା ପୁଅ। ବିଡାନାସୀ ଥାନା କନିକା ଛକରେ ଘଟିଛି ଏହି ଲୋମ ହର୍ଷଣକାରି ହତ୍ୟାକାଣ୍ଡ। ମୃତକ କନିକାରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓ ବୋଲି ଜଣାପଡିଛି। ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅର ମାନସିକ ଅବସ୍ଥା ଠିକ୍ ନଥିଲା। ସବୁବେଳେ ସେ ମା’ ସହ ଝଗଡ଼ା କରୁଥିଲା। ଆଜି ସକାଳେ ମଧ୍ୟ ଝଗଡ଼ା ହୋଇଥିଲା ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ପୁଅ ହତ୍ୟା କରିଛି ବୋଲି ଜଣା ପଡ଼ିଛି। ପୋଲିସ ତଦନ୍ତ ଜାରି ରଖିଛି। ହଠାତ ଏହିପରି ଭାବରେ ଉତ୍ୟକ୍ତ ହୋଇ ନିଜ ମାଟ କୁ ହତ୍ୟା କରିବାର କାରଣ ଖୋଜିବା ସହ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରୁଛି ବୋଲି ଡି ସି ପି କହିଛନ୍ତି।