Odiapua.com

ବିବେକାନନ୍ଦ ଶିଶୁ ମନ୍ଦିରରେ ଚକ୍ଷୁ ପରୀକ୍ଷା ଶିବିର

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ନିମାପଡାସ୍ଥିତ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ନିଶୁଳ୍କ ଚକ୍ଷୁ ପରୀକ୍ଷା କେୟାର ନେତ୍ରମ, ଭୁବନେଶ୍ୱର ଆନୁକୂଲ୍ୟରେ ଏବଂ ଶ୍ରୀ ଜଗନ୍ନାଥ ଆଚଂଳିକ ରଜ ମହୋତ୍ସବ କପାଳୀ କ୍ଷେତ୍ର ନିମାପଡା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରାରମ୍ଭରେ ରୋଟାରୀ କ୍ଲବ ଭଦ୍ରକର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ମହୋତ୍ସବ କମିଟିର ସଭାପତି ଡ଼.ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ,ନାରାୟଣ ଚନ୍ଦ୍ର ସାମଲ, ହୃଷିକେଷ ମିଶ୍ର, ଶ୍ୟାମସୁନ୍ଦର ଜେନା, ସନାତନ ସେଠୀ, ସତ୍ୟସୁନ୍ଦର ପରିଡା, ଅଜୟ କୁମାର ପୃଷ୍ଟି, ବିଜୟ କୁମାର ବିଶ୍ୱାଳ, ସୂର୍ଯ୍ୟମଣୀ ରାଉଳ, ଭାଗିରଥୀ ସେଠୀ, ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶରତ କୁମାର ରାଉଳ ଓ ସତ୍ୟ ସୁନ୍ଦର ବାରିକଙ୍କ ତତ୍ତବାବଧାନରେ ୧୯୫ ଜଣଙ୍କ ନାମ ପଞ୍ଜିକରଣ କରାଯାଇ ୧୫ ବର୍ଷରୁ କମ୍ ୯ ଜଣ ଏବଂ ୨୫ ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କୁ ପରିକ୍ଷା କରାଯାଇ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା । ଡ଼. ସ୍ମୃତିପ୍ରଜ୍ଞା ଖଣ୍ଡୁଆଳଙ୍କ ନେତୃତ୍ୱରେ ବିଶ୍ୱଭୂଷଣ ଦାସ, ଚକ୍ରଧର ବେହେରା, ରୋଜାଲିନ ଘଡେଇ, ରୁନୁ ନାୟକ, ଶୁଭସ୍ମିତା ବେହେରା, ଲୋପାମୁଦ୍ରା ସୁମନ, ତିଳୋତମା ବାରିକ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀନିବାସ ବିଶ୍ୱାଳ, ଅର୍ଜୁନ କୁମାର ବାରିକ, ଆଶିଷ କୁମାର ସାହୁ, ସତ୍ୟସୁନ୍ଦର ବାରିକ, ତୁଷାରକାନ୍ତ ବିଶ୍ୱାଳ, ଗଣନାଥ ବିଶ୍ୱାଳ, ବିରେନ୍ଦ୍ର ରାଉଳ, ବିଶ୍ୱନାଥ ବିଶ୍ୱାଳ, ବନମାଳୀ ବାରିକ, ଚନ୍ଦ୍ରକାନ୍ତ ବିଶ୍ୱାଳ ତଥା ରମଣୀ ରଞ୍ଜନ ବେହେରାଙ୍କ ସହଯୋଗ କରିଥିଲେ ।