ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ନିମାପଡ଼ା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଆଜି ବିବେକାନନ୍ଦଙ୍କ ଉପରେ ବକୃତା ପ୍ରତିଯୋଗିତା କରାଯାଇଛି। ଶିଶୁ ବାଟିକା ରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୭୫ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ନାରାୟଣଚନ୍ଦ୍ର ସାମଲ ଉଦ୍ଘାଟନ କରି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀ ମାନେ ଭବିଷ୍ୟତରେ ବିବେକାନନ୍ଦଙ୍କ ପରି ବିଶ୍ୱ ବିଜୟୀ ହେବାର ସୁଯୋଗ ସୃଷ୍ଟି କର ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ପରିଚାଳନା କମିଟି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଥିଲେ। ପ୍ରଧାନଚାର୍ଯ୍ୟା ଇତିଶ୍ରୀ ମହାପାତ୍ରଙ୍କ ସଂଯୋଜନାରେ କୃତି ଛାତ୍ରଛାତ୍ରୀ ଶିବାଂଶ ଜେନା, ଶୁଭଲକ୍ଷ୍ମୀ ମଲ୍ଲିକ, ଆର୍ଯ୍ୟାଶ୍ରୀ କର, ବିଶ୍ୱ ରଞ୍ଜନ ଦାସଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିବା ବେଳେ ଉଷାରାଣୀ ବେହରା ଧନ୍ୟବାଦ ଅର୍ପଣ କରିଥିଲେ।