Odiapua.com

ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ସୃଜନିକା ଉନ୍ମୋଚିତ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ତ୍ରୈମାସିକ ପତ୍ରିକା ‘ସୃଜନିକା’ ରବିବାର ପବିତ୍ର ରକ୍ଷାବନ୍ଧନ ପାଳନ ଅବସରରେ ଆଭାସୀ ଉନ୍ମୋଚିତ ହୋଇଛି । ସ୍ୱାମୀ ବିବେକାନନ୍ଦ ଲୋକସଂସଦର ରାଜ୍ୟ ସଭାପତି ଡ. ସନ୍ତୋଷ ମହାପାତ୍ର ଏହି ପତ୍ରିକାର ଶୁଭ ଉନ୍ମୋଚନ କରି ସମାଜ ଉପଯୋଗୀ ଯୁବ ପିଢିକୁ ପ୍ରେରଣା ଯୋଗାଇଥିବା ସାହିତ୍ୟ ପ୍ରସାରରେ ଏହି ପତ୍ରିକା ପ୍ରାସଙ୍ଗିକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ପତ୍ରିକାର ପ୍ରଥମ ସଂଖ୍ୟାରେ ସାମାଜିକ, ଦେଶାତ୍ମବୋଧକ ଓ ଆଧ୍ୟାତ୍ମକ ମୂଲ୍ୟବୋଧ ବହନ କରୁଥିବା କବିତା, ଗଳ୍ପ ଓ ପ୍ରବନ୍ଧ ସମୂହକୁ ସ୍ଥାନ ଦିଆଯାଇ ୪୨ ପୃଷ୍ଠାର ସଙ୍କଳନ ପ୍ରସ୍ତୁତ କରାଯାଇଛି । ଉନ୍ମୋଚନ ଉତ୍ସବରେ ପତ୍ରିକାର ମୁଖ୍ୟ ସଂପାଦକ ଗୁପ୍ତେଶ୍ୱର ପଟେଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ପରଦକ ରାମଚନ୍ଦ୍ର ମହାନ୍ତି ପତ୍ରିକାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ସଂସଦର ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ସାହିତ୍ୟ ବିଭାଗର ମୁଖ୍ୟ ଜିତେନ୍ଦ୍ର କୁମାର ନାୟକ ଓ ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ଆବାହକ ତଥା ପ୍ରକାଶକ ବିନାୟକ ଘୋଷ ପତ୍ରିକାର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଶୁଭ କାମନା କରିଥିଲେ । ଉପଦେଷ୍ଟା ଅଭୟ ଦ୍ୱିବେଦୀ ପତ୍ରିକାର ସମୀକ୍ଷା କରିଥିଲେ । ସହସମ୍ପାଦକ କାଳୀ କୁମାର ବେହେରା, ଅନ୍ୟତମ ସହସମ୍ପାଦିକା ଶୁଶ୍ରୀ ସରିତା ନାୟକ, ବିତ୍ତ ଓ ପରିଚାଳନା ସଦସ୍ୟ ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ଉନ୍ମୋଚନ ଉତ୍ସବରେ ଯୋଗଦେଇଥିଲେ । ସହସମ୍ପାଦିକା ସ୍ୱାଗତିକା ସାହୁ ସଂଯୋଜନା କରିଥିବା ବେଳେ ଅଳଙ୍କାରକ କବୈଲ୍ୟ ପତିମିଶ୍ର ଓ ଅଙ୍କିତ ମହାପାତ୍ର ବିବେକବାଣୀ ପାଠ କରିଥିଲେ । ସହସମ୍ପାଦକ ଦୀପକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ ଓ ଶାନ୍ତିପାଠ କରିଥିଲେ ।