Odiapua.com

ବିବାହ ଭୋଜି ଖାଇ ଫେରୁଥିବା ବଲେରୋ ଦୁର୍ଘଟଣାଗ୍ରସ୍ତ, ୧୩ ଆହତ

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡି ପୁରୁଣାହାଟ ଠାରୁ ଅଳ୍ପ କିଛି ଦୂରରେ ରବିବାର ରାତି ପ୍ରାୟ ୧୦ଟାରେ ବିବାହ ଭୋଜି ଖାଇ ଫେରୁଥିବା ସମୟରେ ଏକ ବଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ଜଣ ଗୁରୁତର ହୋଇଥିବା ବେଳେ ୫ଜଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ପିରହାଟ ଥାନା ବାରସର ପଞ୍ଚାୟତ ଅଧିନ ନୂଆବନ୍ଧ ଗ୍ରାମରୁ ବିବାହ ଚତୁର୍ଥୀ ଭୋଜି ସାରି ବାସୁଦେବପୁର ଥାନା ଅଧୀନ ଗୁଆଗଡିଆ ଗ୍ରାମକୁ ଫେରୁଥିବା ବେଳେ ବଲେରୋ (ନଂ-ଓଡି ୨୨ସି ୪୮୩୯) ଦୁର୍ଘତଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ବଲେରୋରେ ଥିବା ୧୩ଜଣଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଗୁଆଗଡିଆ ଗ୍ରାମର ନବୀନ ମଳିକ (୭୫), ଝୁନାରାଣୀ ମଳିକ (୨୧), ଅନସୂୟା ମଳିକ (୪୨), ପ୍ରମିଳା ମଳିକ (୪୫), ସସ୍ମିତା ମଳିକ (୨୯), ରଙ୍ଗଲତା ମଳିକ (୩୫), ଜନ୍ମେଞ୍ଜୟ ମଳିକ (୪) ଓ ଜୟନ୍ତ ମଳିକ (୧୪) । ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚତୁର୍ଥୀ ଭୋଜି ଖାଇ କନ୍ୟାପକ୍ଷର ଲୋକମାନେ ଫେରୁଥିବା ବେଳେ ତିହିଡ଼ି ପୁରୁଣାହାଟ ଠାରୁ କିଛି ଦୂରରେ ଚାଳକ ହଠାତ ବ୍ରେକ ମାରିବାରୁ ଭାରସାମ୍ୟ ହରାଇ ବଲେରୋ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ପରେ ତିହିଡ଼ି ଯୁବମଞ୍ଚ, ଉତ୍କଳମଣି ସେବା ସଂଘର ସଦସ୍ୟ, ସମାଜସେବୀ ଏବଂ ସ୍ଥାନୀୟ ଲୋକ ସେଠାରେ ପହଞ୍ôଚ ବଲେରୋକୁ ଉଠାଇବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ତିହିଡ଼ି ପୋଲିସ ବଲେରୋ ଚାଳକଙ୍କୁ ଅଟକ ରଖିବା ସହ ଦୁର୍ଘଟଣାଗ୍ରସ୍ତ ବଲେରୋକୁ ଜବତ କରିଥିବା ଜଣାଯାଇଛି ।