Odiapua.com

ବିବାହ ଭୋଜିଖାଇ ୨୦ରୁ ଉର୍ଦ୍ଧ୍ୱ ଝାଡାବାନ୍ତିରେ ଆକ୍ରାନ୍ତ

କେନ୍ଦୁଝର ତା ୨୬.୨.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ ଅନ୍ତର୍ଗତ ସିଂପୁର ପଞ୍ଚାୟତ ସାତବିରା ଗ୍ରାମରେ ଅନୁଷ୍ଠିତଏକ ବିବାହ ଉତ୍ସବରେ ଭୋଜିଖାଇ ସେହି ଗ୍ରାମର ୨୦ରୁ ଉର୍ଦ୍ଧ ଗ୍ରାମବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ, ୮ ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି। ରବିବାର ରାତି ଗ୍ରାମର ରମାକାନ୍ତ ଦେହୁରୀ ଙ୍କ ଘରେ ଆୟୋଜିତ ବିବାହ ଭୋଜିରେ ଗ୍ରାମଲୋକମାନେ ସାମିଲ ହୋଇ ଭାତ, ଡାଲି ସହ କୁକୁଡା ଓ ଖାସି ମାଂସ ଖାଇଥିଲେ। କିନ୍ତୁ ବିଳମ୍ବିତ ରାତ୍ରୀରେ ଭୋଜିଖାଇଥିବା ଲୋକମାନେ ଝାଡାବନ୍ତିରେ ଆକ୍ରାନ୍ତ ହୋଇପଡିଥିଲେ। ଏହାର କାରଣ ଠିକ ଭାବେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ହୁଏତ କୌଣସି କାରଣରୁ ଭୋଜି ରନ୍ଧା ଖାଦ୍ୟ ବିଷାକ୍ତ ହୋଇପଡିଥିବା ଅନୁମାନ କରାଯାଉଛି।