Odiapua.com

ବିବାହ ବିଚ୍ଛେଦ ମାମଲା ସମୟରେ ମହିଳା ପାଇବେ ପେନସନ

ଭୁବନେଶ୍ଵର,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଘୋଷଣା ଟି ହେଲା ଏବେ ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନ୍‌ସନ। ସେମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ କରାଯିବ ବୋଲି ସରକାର କହିଛନ୍ତି । ତେବେ ଏଥିରେ ସାମିଲ ହେବା ପାଇଁ ହିତାଧିକାରୀଙ୍କୁ କେସ୍‌ ବିଚାରାଧୀନ ଥିବା ଘୋଷଣାପତ୍ର ଦେବାକୁ ପଡିବ। ଅନ୍ୟପଟେ ବାର୍ଷିକ ୪୦ ହଜାରରୁ କମ୍‌ ଆୟ ଥିବା ମହିଳାଙ୍କୁ ଏହି ପେନ୍‌ସନ ମିଳିବ। ଏନେଇ ଆଜି ଭିନ୍ନ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି।