Odiapua.com

ବିବାହ ପାଇଁ ଦୁଇ ପରିବାର ରାଜି ନ ହେବାରୁ ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା

ନବରଙ୍ଗପୁର ୨୯-୬ (ଓଡ଼ିଆ ପୁଅ) ରାଜି ହେଲେନି ପରିବାର ଲୋକେ। ଦୁଇ ଜଣଙ୍କର ଚାଲିଗଲା ପ୍ରାଣ। ଆତ୍ମହତ୍ୟା କଲେ ପ୍ରେମିକ ଓ ପ୍ରେମିକା। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜବାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମାର ଲାଇବନ ହରିଜନ ତାଙ୍କ ସାନ ଝିଅକୁ ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମ ପଞ୍ଚାୟତର ଦାମାପାଲା ଗ୍ରାମର ଦଶମୁ ହରିଜନଙ୍କ ପୁଅକୁ ବିବାହ କରିଥିଲେ। କିନ୍ତୁ ଲାଇବନର ବଡ ଝିଅ ସହିତ ଦଶମୁ ହରିଜନଙ୍କ ସାନ ପୁଅର ପ୍ରେମ ସମ୍ପର୍କ ଗଢି ଉଠି ଥିଲା। ଝିଅ ତିଲାଇ ହରିଜନକୁ (୨୦) ବର୍ଷ ହୋଇ ଥିବାବେଳେ ପୁଅ ଡମ୍ବରୁ ହରିଜନ କୁ(୧୭) ବର୍ଷ ହୋଇଥିବା ଘଟଣା ସ୍ଥଳରୁ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଉକ୍ତ ଘଟଣା ଗତ କାଲି ଦାମାପାଲାରୁ ଡମ୍ବରୁ ନିଜ ସାଇକେଲ ଦ୍ଵାରା ଜବାଗୁଡାକୁ ଆସିଥିଲା। ଝିଅକୁ ଫୋନ କରି ଜବାଗୁଡା ଗ୍ରାମ କାଜୁ ବାଡ ଅଭିମୁଖେ ଯାଇ ଜବାଗୁଡା ଆର୍ ଡି ରସ୍ତା ଛାଡି ପରଶବେଡା ଯିବା ମାଟି ରାସ୍ତା ବାଟେ ଯାଇ ଜବାଗୁଡା ଗ୍ରାମ ଧନୁର୍ଯୟ ହରିଜନଙ୍କ ଜମି ଉପରେ ସାଇକେଲ ପକାଇ ଦେଇ ବିଭିନ୍ନ ସ୍ଥାନରେ ବସ ଉଠ, କଥାବାର୍ତ୍ତା ହୋଇ, ଶେଷରେ ବିଳମ୍ବିତ ରାତ୍ରିରେ ଆତ୍ମହତ୍ୟାର ନିଷ୍ପତ୍ତି ନେଇ ଗୋଟିଏ କାଜୁ ଗଛରେ ଝିଅ ତା’ ଓଢଣିରେ ଓ ପୁଅ ତା’ ଗାମୁଛା ରେ ଫାଶି ହୋଇ ଆତ୍ମହତ୍ୟା କରି ଥିବା ଦେଖିବାକୁ ମିଳିଥିଲା। ସକାଳୁ ମହିଳା ମାନେ ବଡା ଛତୁ ଆଣିବା ପାଇଁ ଜଙ୍ଗଲକୁ ଯିବା ସମୟରେ ଫାସି ହୋଇଥିବା ଦେଖି ଗ୍ରାମକୁ ଖବର ଦେଇ ଥିଲେ। ପରେ ଏହି ସ୍ଥାନରେ ଲୋକାରଣ୍ୟ ହୋଇ ଯାଇଥିଲା। ମୃତକ ଝିଅର ମାମୁଁ ହିରେନ୍ଦ୍ର ମିର୍ଗାନ୍ ଓ ମୃତକ ପୁଅ ର ବାପା ଦଶମୁ ହରିଜନ ଏତଲା କୁ ଭିତ୍ତି କରି ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ଉପ ନିରିକ୍ଷକ କୁଳ ଭୁଷଣ ନାୟକ ଓ ମେନକା ସା ଙ୍କ ସହ ନବରଙ୍ଗପୁର ଜିଲ୍ଲାରୁ ସାଇନ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ସାରିବା ପରେ ଶବକୁ ବ୍ୟବଛେଦ ପାଇଁ ଡାବୁଗାଁ କୁ ପଠାଇ ଜଥାକ୍ରମେ୧୩/୨୦୨୨/୧୪/୨୦୨୨ ରେ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ ଜାରୀ ରଖିଥିବା ଜଣାପଡିଛି। ବିବାହ ପାଇଁ ଦୁଇ ପରିବାର ରାଜି ନ ଥିବାରୁ ପ୍ରେମୀ ଯୁଗଳ ଏପରି ନିଷ୍ପତ୍ତି ନେଇ ଥିବା ଲୋକେ କୁହାକୁହି ହେଉଛନ୍ତି।