Odiapua.com

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ

ଯୋଡା, ୩୦- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୧୪ନଂ ୱାର୍ଡର ବିଚାକୁଣ୍ଡି ଦାଢିଆ ହାଟିଂ ଠାରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗରେ ରାଜୁ କାରୁଆ ନାମକ ଜଣେ ଯୁବକଙ୍କ ନାମରେ ଯୋଡା ଥାନାରେ ଏକ ମାମଲା ଦାୟର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରାଜୁ କାରୁଆ ୪ ବର୍ଷ ହେବ ଜଣେ ଯୁବତୀକୁ ଭଲପାଇ ଆସୁଥିଲେ । ତେବେ କିଛି ଦିନ ପୂର୍ବେ ଯୁବତୀ ଜଣଙ୍କ ତାମିଲନାଡୁରେ କୌଣସି ଏକ କାରଖାନାରେ କାମକରିବାକୁ ଚାଲିଯାଇଥିଲେ । ସେଠାରୁ ସେ ଫେରିଲା ପରେ ମଧ୍ୟ ତାଙ୍କ ସହିତ ରାଜୁ କାରୁଆଙ୍କର ସମ୍ପର୍କ ରହିଥିଲା । ଏପରିକି ଯୁବତୀ ଜଣଙ୍କୁ ବାରମ୍ବାର ଗର୍ଭପାତ କରିବାକୁ ପଡିଥିଲା ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପରବର୍ତ୍ତି ସମୟରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ, ସେ ତାମିଲନାଡୁ ଯିବା ସମୟରେ ରାଜୁ ଅନୈତ୍ର ବିବାହ କରିଛନ୍ତି ଏବଂ ତାଙ୍କର ଏକ ଝିଅ ମଧ୍ୟ ଅଛି । ଏହା ଜାଣିବା ପରେ ଯୁବତୀ ଜଣଙ୍କ ଘଟଣାଟିକୁ ତାଙ୍କ ପରିବାର ଆଗରେ କହିଥିଲେ । ଏବଂ ତାଙ୍କ ଅଞ୍ଚଳରେ ଏକ ସଂକ୍ରାନ୍ତରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା । ଏଥିରେ ରାଜୁ ସେ ବିବାହିତ ବୋଲି କହିବା ସହ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ମନାକରିଥିଲେ । ଏବଂ ଅଞ୍ଚଳବାସୀଙ୍କ ଚାପ ଯୋଗୁଁ ସେ ସେଠାରୁ ଫେରାର ହୋଇଯାଇଛନ୍ତି । ପରେ ଯୁବତୀଙ୍କ ପିତା ଏ ନେଇ ସୋମବାର ଦିନ ଯୋଡା ଥାନାରେ ଏକ ଲିଖିତ ଏତଲା ଦାୟର କରିଥିବା ଜଣାପଡିଛି ।