Odiapua.com

ବିବାଦୀୟ ଦୋବଲ ପଂଚାୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଭୂମି ପୂଜନ ପାଇଁ ପ୍ରସ୍ତୁତି, ଦୁଇପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ପାଇଁ ସୂଚନା

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ୨୦୧୭ ମସିହାରେ ନୂତନ ପଂଚାୟତ ଭାବେ ଦୋବଲ ପଂଚାୟତକୁ ମୁସ୍ତଫାପୁର ପଂଚାୟତ ଅଲଗା ହେବାପରେ ଦୋବଲ ପଂଚାୟତ କାର୍ଯ୍ୟାଳୟଟି ମୁସ୍ତଫାପୁର ପଂଚାୟତ ଅଧିନରେ ରହିବାପରେ ଦୋବଲ ପଂଚାୟତର ନିଜସ୍ୱ ଗୃହ ଓ କାର୍ଯ୍ୟାଳୟ ଏକ କମ୍ୟୁନିଟି ସେଣ୍ଟରରେ କାର୍ଯ୍ୟଳୟ ଚାଲିଛି । ତେବେ ଏଠାରେ ନୂତନ କାର୍ଯ୍ୟାଳୟ ପାଇଁ ପ୍ରାୟ ୨୫ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ଏନେଇ ୮ମାସ ତଳେ ଦୋବଲ ପଂଚାୟତର ସୋଧ ଠାରେ ଏହି କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିବାବେଳେ ସୀମା ବିବାଦକୁ କେନ୍ଦ୍ରକରି ଘଟଣା ସ୍ଥଳକୁ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଆସୁଥିବାରୁ ତାଙ୍କୁ ପଂଚାୟତର କେତେକ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବରେ ଟଣାଓଟରା ଓ ଠେଲାପେଲା କରିଥିଲେ । ଏନେଇ ଗୋଟିଏ ଗୋଷ୍ଠୀ ସୋଧଠାରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କୁ ବିରୋଦ୍ଧକରିଥିଲେ । ପରେ ଓଡ଼ିଶା ସରକାର ପଂଚାୟତ ରାଜ ଓ ପାନିୟ ଜଳ ବିଭାଗ ସୋଧ ଠାରେ ଦୋବଲ ପଂଚାୟତ କାର୍ଯ୍ୟାଳୟ କରାଯିବାପାଇଁ ତା ୨୨/୦୪/୨୧ରିଖରେ ଚିଠିନଂ ୭୩୦୭ରେ ଭଦ୍ରକ ଜିଲ୍ଳାପାଳ, ବିପିଓ ଭଦ୍ରକ ଓ ବିଡ଼ିଓ ଧାମନଗରକୁ ଚିଠି କରିଥିଲେ । ପ୍ରକାଶ ଥାଉକି ଦୋବଲ ପଂଚାୟତର ପ୍ରାୟ ୫ହଜାର ଜନସଂଖ୍ୟା ଥିବାବେଳେ ଏଥିରେ ଭୋଟର ୪୨୪୯ଜଣ ଅଛନ୍ତି । ଦୋବଲ ପଂଚାୟତ ତିନୋଟି ରାଜସ୍ୱ ଗ୍ରାମ ତଥା ଦୋବଲ, ସୋଧ ଓ ଇଟୁଆ ତେବେ ଦୋବଲ ରାଜସ୍ୱ ଗ୍ରାମର ୮୦୭, ସୋଧ ରାଜସ୍ୱ ଗ୍ରାମର ୩୦୦୩ ଓ ଇଟୁଆ ରାଜସ୍ୱ ଗ୍ରାର ୪୩୯ଜଣ ଭୋଟର ଥିବାବେଳେ ଭୌଗଳିକ ସ୍ଥିତିରେ ସୋଧରେ ୩୦୦୩ଜଣ ପପୁଲେସନ ଥିବାରୁ ସେଠାରେ ଏହି ପଂଚାୟତ କାର୍ଯ୍ୟାଳୟ କରାଯିବାପାଇଁ ନିଷ୍ପତି ହୋଇଥିଲା । ତେବେ ପୂର୍ବ ବିବାଦକୁ ଆଖିଆଗରେ ରଖି ଧାମନଗର ଥାନା ପରିସରରେ ଦୋବଲ ପଂଚାୟତର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବୈଠକ କରାଯାଇଥିଲା । ତା ୨୧/୦୫/୨୧ରିଖରେ ଦୋବଲ ପଂଚାୟତର ସୋଧ ଠାରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଗଣ୍ଡଗୋଳକୁ ଆଶଙ୍କା ରଖି ଜିଲ୍ଳା ପୋଲିସ ସେଠାରେ ଦୁଇପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଏସ୍‌ଡ଼ିପିଓ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ସୋଧଠାରେ ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ ଚାଲିଛି ।