Odiapua.com

ବିବାଦରେ ସାକ୍ରେଡ ଗେମ୍ସ ୨

ମୁମ୍ବାଇ,୨୧/୦୮,(ଓଡ଼ିଆ ପୁଅ / ପି ନାଏକ):ଏବେ ଅଡୁଆରେ ସାକ୍ରେଡ ଗେମ୍ସ-୨ । ରିଲିଜ୍‌ ହେବାର କିଛି ଦିନ ପରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଏ ନେଇ ରୁଜୁ କରାଯାଇଛି ମାମଲା । ଏହି ୱେବ୍‌ ସିରିଜ୍‌ରେ ଶିଖ୍‌ ସଂପ୍ରଦାୟର ଭାବନାକୁ ଆହତ କରାଯାଇଥିବା ନେଇ ଅଭିଯୋଗ ଅଣାଯାଇଛି । ଦିଲ୍ଲୀ ବିଜେପି ପ୍ରବକ୍ତା ତଜିନ୍ଦର ପାଲ ସିଂହ ବଗ୍ଗା, ଏହି ଅଭିଯୋଗ ଆଣିବା ସହ ଅନୁରାଗ ଜାଣିଶୁଣି ଏଭଳି କରିଥିବା ସେ କହିଛନ୍ତି।

ଏହି ଫିଲ୍ମରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଶିଖ୍‌ ସଂପ୍ରଦାୟ ଯୁବକ ଭୂମିକାରେ ନଜର ଆସିଥିବା ବେଳେ ୱେବ୍‌ ସିରିଜ୍‌ର ଏକ ଦୃଶ୍ୟରେ ସେ ନିଜ ହାତରେ ପିନ୍ଧିଥିବା କଡ଼ାକୁ କାଢ଼ି ଅପମାନିତ କରିବା ଭଳି ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।