Odiapua.com

ବିଫଳ ହେଲା ଚନ୍ଦ୍ରଯାନ ମିଶନ, ତଥାପି ଭାଙ୍ଗିନି ଭରଷା

ନୂଆଦିଲ୍ଲୀ,୦୭/୦୯,(ଓଡ଼ିଆ ପୁଅ ପି ନାଏକ): ଚନ୍ଦ୍ରର ଦୁଆର ମୁହଁରେ ଅଟକି ଗଲା ବିକ୍ରମ । ୧୩୦ କୋଟି ଭାରତୀୟ ଚାହିଁ ବସିଥିଲେ ଚନ୍ଦ୍ରରେ ପ୍ରବେଶ କରିବ ଚନ୍ଦ୍ରାୟାନ-୨ । ଆରମ୍ଭ ହୋଇଯାଇଥିଲା ଓଲଟଗଣତି। ରୁଦ୍ଧଶ୍ୱାସରେ ‌ସମସ୍ତେ ଅପେକ୍ଷା କରିଥିଲେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଅବତରଣକୁ। ଅବତରଣ ପ୍ରକ୍ରିୟା ମଧ୍ୟ ଠିକ୍‌ଠାକ୍ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିଚ୍ଛିନ୍ନ ହୋଇଗଲା ସଂପର୍କ। ଚନ୍ଦ୍ରପୃଷ୍ଠଠାରୁ ୨.୧ କିମି ପୂର୍ବରୁ ଏଭଳି ଏକ ଅପ୍ରତ୍ୟାଶିତ ଅଘଟଣ ଯୋଗୁଁ ବିକ୍ରମର ଅବତରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ଫଳରେ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରାବତରଣ ଅଭିଯାନ ବିଫଳ ହୋଇ ଯାଉଥିବା ବିଚାର କରାଯାଉଛି। ତେବେ ଏହି ଖବର ଲେଖା ହେବା  ପ୍ରର୍ଯ୍ୟନ୍ତ ଇସ୍ରୋ ପକ୍ଷରୁ ଏ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା କରାଯାଇ ନାହିଁ ।