Odiapua.com

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୭ ତମ ଜୟନ୍ତୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ

କେନ୍ଦ୍ରାପଡ଼ା ୧୭ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)ଦୁଃଖିନୀ କନିକାର ରଚୟିତା ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ି ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୩୭ତମ ଜୟନ୍ତୀ ଅବସରରେ ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ଆନନ୍ଦ ମାର୍ଗ ସ୍ଥିତ ସଂଗ୍ରାମୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ବଙ୍ଗଭଙ୍ଗ ଆନ୍ଦୋଳନରେ ସକ୍ରୀୟ ଅଂଶ ଗ୍ରହଣ କରି କାରାବରଣ କରିଥିବା, ମହାତ୍ମା ଗାନ୍ଧଜୀଙ୍କ ସାବରମତୀ ଆଶ୍ରମର ଓଡିଶାର ପ୍ରଥମ ଓଡିଆ ଛାତ୍ର, କନିକାର ପ୍ରଜାମାନଙ୍କ ଉପରେ ରାଜା ଚଳାଇଥିବା ନିର୍ଯ୍ୟାତନା ଓ ପ୍ରଜାଙ୍କ ଉପରେ ବସାଯାଇଥିବା ୬୪ ପ୍ରକାର କରକୁ ବିରୋଧ କରି ଦୁଃଖିନୀ କନିକା ନାମରେ ପୁସ୍ତକ ରଚନା କରି ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିବା ପୁସ୍ତକକୁ ଇଂରେଜ ସରକାରଙ୍କ ଦ୍ୱାରା ବ୍ୟାଯ୍ୟାପ୍ତି ହେବା ପରେ ପୁସ୍ତକଟି ପଣ୍ଡିତ ମଦନ ମୋହନ ମାଲବ୍ୟ, ଲାଲା ଲାଜପତ ରାୟ, ଆଚାର୍ଯ୍ୟ କୃପାଳିନୀ, ଚିତରଂଜନ ଦାସ, ଡଃ ସାବର କର, ସ୍ୱୟଂ ଗାନ୍ଧିଜୀ ପ୍ରମୁଖ ନେତା ମାନଙ୍କୁ ହତଭାଗ କରିଦେଇଥିଲା। ଗାନ୍ଧିଜୀ ଏହାର ଇଂରାଜୀ ଅନୁବାଦ ପଢି ମତ୍ମାହତ ହୋଇପଡିଥିଲେ ଓ “ୟଙ୍ଗ ଇଣ୍ଡିଆ” ପତ୍ରିକାରେ ଏହାର ଅନୁବାଦ ପ୍ରକାଶ କରିଥିବାରୁ ସାରା ଭାରତରେ ଚାଂଚଲ୍ୟ ସୃଷ୍ଟି କରିଥିଲା ସେହି ଦିନରୁ ସାରା ଭାରତରେ ଆନନ୍ଦ ଚନ୍ଦ୍ର ପରିଚିତ ହୋଇଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବରେ ଗୋପବନ୍ଧୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ନିକଟକୁ ପତ୍ର ଲେଖିଥିଲେ ତୁମେ ସାରା ଭାରତର ଗର୍ବ ଓ ଗୈାରବ ଏବଂ ଶେଷରେ କନିକା ରାଜା ଇଂରେଜ ସରକାରଙ୍କ ଦ୍ୱାରା ସ୍ଥାବର ଅସ୍ଥାବର୪୨ ଏକର ସଂପତିକୁ ନିଲାମ କରିଯାଇଥିଲା। କନିକା ରାଜା ପ୍ରେରିତ ଲୋକଙ୍କ ଦ୍ୱାରା ଖାଦ୍ୟରେ ବିଷ ମିଶାଇ ହତ୍ୟା କରାଯାଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତି ଆଜିର ୧୩୭ତମ ଜୟନ୍ତୀ ଅବସରରେ କମିଟି ର ସଭାପତି କରୁଣା କର ଦାସ ଙ୍କ ସଭାପତିତ୍ୱରେ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଓ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ପୈାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ପୂର୍ବତନ ପୈାରାଅଧ୍ୟକ୍ଷା ଓ ଜିଲ୍ଲା ମହିଳା ସଭାନେତ୍ରୀ ରୋସନା ସାହୁ, କମିଟି ଉପଦେଷ୍ଟା ଡଃ ବିରଜା ରାଉତରାୟ, , ସ୍ୱାଧୀନତା ସଂଗ୍ରାମୀ ଉପସଭାପତି ଅନୀଲ ଚନ୍ଦ୍ର ଜେନା, ଶିକ୍ଷାବିତ ନନ୍ଦ କିଶୋର ପରିଡା, ଡଃ ବାସୁଦେବ ଦାସ, ଶିକ୍ଷାବିତ ଅଜୟ ସାମଲ, ଶିକ୍ଷାବିତ ଭଜକୃଷ୍ଣ ରାଉତ, ଶିକ୍ଷାବିତ ଶରତ କୁମାର ରାଉତ, ବୈଷ୍ଣବ ଚରଣ ସ୍ୱାଇଁ, ଅଜୟ କୁମାର ପୃଷ୍ଟି ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ଦାୟଦ ସଂଘର ସଭାପତି ବିଚିତ୍ରା ନନ୍ଦ ନାୟକ, ନିରଞ୍ଜନ ମେକାପ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ କୋଭିଡ-୧୯ ଆଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା ପୂର୍ବକ ମୁହଁରେ ମାସ୍କ ପିନ୍ଧି ସଂଗ୍ରାମୀ ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ରାଶୁ କୁମାର ଦାଶ, ଆଶିଷ ସେନାପତି, ସଂପାଦକ- ରମଣୀ ରଂଜନ ରାଉତରାୟ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ମନୋଜ ସାହୁ, ହାଡିବନ୍ଧୁ ସିଂ, ନିରଞ୍ଜନ ବଳ, ପ୍ରଭାତ ପ୍ରଧାନ, ତାରଣୀ ପାଟଜୋସୀ, ଏମ ଡି ଜାହିଦ ଖାନ, ଦିପକ ପ୍ରଧାନ, କୃତିବାସ ସ୍ୱାଇଁ ଅବିନାଶ ପଣ୍ଡା, ଗଣେଶ ପତି, ଅଶୋକ ସାହୁ, ସଂଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାଶ, କ୍ରୀଡା ଶିକ୍ଷକ ଜ୍ୟୋର୍ତିମୟୀ ଦାଶ ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାଶ, ଅଶୋକ କୁମାର ସାହୁ, ସେକ ୟୁସୁଫ, କମିଟିର ସହ ସଂପାଦକ ଶେଷଦେବ ଦାସ, ପ୍ରାର୍ଥସାରଥୀ ବେହେରା, ଉପେନ୍ଦ୍ର ବେହେରା, ସେକ ସୈାକତ ଖାନ ପ୍ରମୁଖ ଯୋଗଦେଇ ବିପ୍ଳବୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଏହି ଅବସରରେ ଆନନ୍ଦ ମାର୍ଗ ସ୍ଥିତ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା।