ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଏବେ ଲୁଟେରାଙ୍କ ଟାର୍ଗେଟ୍ରେ ଭଦ୍ରକର ବିଭିନ୍ନ ମନ୍ଦିର। କିଛିଦିନ ହେବ ଭଦ୍ରକ ସହରର ବିଭିନ୍ନ ମନ୍ଦିରରେ ଚାଲିଛି ଚୋରି। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଏଭଳି ଦୁଃଶାସିକ କାମ କରୁଛନ୍ତି ଦୃବୁର୍ତ୍ତମାନେ। ଗତ ସପ୍ତାହରେ ପୁରୁଣାବଜାର ଥାନା ନିକଟ ମନ୍ଦିରରୁ ଚୋରମାନେ ଲୁଟ୍ କରିଥିବାବେଳେ ଗତକାଲି ରାତିରେ ଏହି ଥାନା ଅଧୀନସ୍ଥ ୧୪ ନଂ ୱାର୍ଡ ସନ୍ଥିଆସ୍ଥିତ ବଙ୍ଗାଳିସାହିରେ ଅନୁରୂପ ଅଘଟଣ ଘଟାଇଛନ୍ତି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ସାହିର ବିପ୍ରେଶ୍ୱର ମହାଦେବ ମନ୍ଦିର କବାଟ ତାଲା ଭାଙ୍ଗି ଚୋରମାନେ ସବୁକିଛି ଲୁଟିନେଇଛନ୍ତି। ଆଜି ସକାଳେ ମନ୍ଦିର କବାଟ ଖୋଲାଥିବାର ଦେଖି ଗ୍ରାମବାସୀମାନେ ଚୋରି ସଂପର୍କରେ ଜାଣିବାକୁ ପାଇଥିଲେ। ତେବେ ଗ୍ରାମବାସୀଙ୍କ ଅଭିଯୋଗ ମୂଳେ ମନ୍ଦିରରୁ ପିତ୍ତଳ କଳସ, କଂସାଡ, ଘଣ୍ଟ ଓ ହୁଣ୍ଡିବାକ୍ସରେ ଥିବା ସମସ୍ତ ଅର୍ଥକୁ ଲୁଟି ନେଇଛନ୍ତି ସମସ୍ତ ଦୃବୁର୍ତ୍ତମାନେ। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ମାତ୍ର ଭଦ୍ରକରେ ବିଭିନ୍ନ ସମୟରେ ଘଟୁଥିବା ମନ୍ଦିର ଚୋରି, ଲୁଟ୍, ଛିନତାଇ ଘଟଣା ଏବେ ପୁଲିସ୍ ପ୍ରଶାସନ ପାଇଁ ଓପନ୍ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ସହରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।