Odiapua.com

ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଆଜି ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର କହଁରାପୋଖରୀ ଛକ ନିକଟରେ ଥିବା ଏକ ଟିଣ ଘରେ ଚଢାଉ କରି ୪୮୦ ବୋତଲ ବିଦେଶୀ ମଦ ଜବତ କରିଛନ୍ତି । ଏଥିରେ ସଂପୃକ୍ତ ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଉତ୍ତରବାଡ ଗ୍ରାମର କୁଳମଣି ଦାସ ଓରଫ କୁନୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଆଜିର ଏହି ଚଢାଉରେ ଏସ୍‌ଆଇ ସନ୍ତୋଷ କୁମାର ବଳ, ସନ୍ଧ୍ୟାରାଣୀ ଦାସ, ଏଏସ୍‌ଆଇ ପ୍ରହ୍ଲାଦ ସାମଲ, କନେଷ୍ଟବଳ ରମେଶ ନାୟକ, ସତ୍ୟରଂଜନ ସେଠୀ, ମିଥୁନ ଜେନା ଓ ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ । ଏଥିନେଇ ଅବକାରୀ ବିଭାଗ ପକ୍ଷରୁ କେଶ୍ ନଂ ୨୫/୨୧ ମୂଳେ ଏକ ମାମଲା ରୁଜୁ କରାଯାଇଛି ।