Odiapua.com

ବିପୁଳ ପରିମାଣର ବିଦେଶୀ ମତ ଜବତ, ୩ ଗିରଫ

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ ବିଭାଗ ପକ୍ଷରୁ ଏହି ଜିଲାର ଭଣ୍ଡାରିପୋଖରୀ ଅଞ୍ଚଳର ପାଟୁଳି, ସରସଦା, ରଣାଡି. ଭଣ୍ଡାରିପୋଖରୀ ବଜାର ଓ ବାରିକପୁର ବଜାର ଆଦି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୩୩.୬୬୦ ଲିଟର ମଦ ଜବତ କରାଯିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ପାଟୁଳି ଗ୍ରାମର ଦିଲ୍ଲିପ ଜେନା ଓରଫ କାଳିଆ, ସରସଦା ଗ୍ରାମର ଆନନ୍ଦ ଜେନା, ବରପଦୀ ଗ୍ରାମର ସତ୍ୟରଞ୍ଜନ ଦାସ ଓରଫ ବୁଲାଙ୍କୁ ଗିରଫ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ର ପଆୟ ୫୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜିଲ୍ଲା ଅବକାର ଅଥିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ନୀରିକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାକୟ, ଅନବାଦିତ୍ୟ ବାରିକ, ଜେମାମଣୀ ଜାମୁଡା ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ।