Odiapua.com

ବିପୁଳ ପରିମାଣର ଦେଶୀ ମଦ ଜବତ

ବାଲେଶ୍ବର,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାହାନଗା ବ୍ଲକ ସାହାସପୁରାଠାରେ ୪୦୦ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ ହୋଇଛି । ଫଳରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ତିନିଜଣ ଯୁବକ ତିନୋଟି ବାଇକରେ ସାହାସପୁରାଠାରେ ଦେଶୀ ମଦ ସହ ଯାଉଥିଲେ । ଏହି ସମୟରେ ଏକ ଷଣ୍ଢକୁ ବାଇକ୍ ଧକ୍କା ଦେବା ଫଳରେ ବାଇକ ଆରୋହୀ ଗାଡ଼ିରୁ ପଡିଯାଇଥିଲେ । ପରେ ଦେଶୀ ମଦ ବେପାରୀକୁ ଗ୍ରାମବାସୀମାନେ କାବୁ କରି ଅବକାରୀ ବିଭାଗକୁ ଖବର ଦେଇଥିଲେ । ଅବକାରୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଥିଲା । ଆଉ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି ।