Odiapua.com

ବିପୁଳ ପରିମାଣର ଦେଶୀ ମଦ, ଗୋଟିଏ ବୋଲେରୋ ସମେତ ୨ ବାଇକ୍ ଜବତ, ୩ ଗିରଫ

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧିକ୍ଷକ ନରୋତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ପୁରୁଣା ବଜ଼ାର ଥାନା ଅଧିନସ୍ଥ ଜଗଉ, ମିର୍ଜାପୁର ଛକ ଏବଂ ହଳଦୀଡିହ ବାଇପାସ ଛକ ଠାରେ ଚଢ଼ାଉ କରାଯାଇ ୫୬୫ ଲିଟର ଦେଶୀ ମଦ ସହିତ ଗୋଟିଏ ବୋଲେରୋ ଗାଡି ଏବଂ ଦୁଇ ଗୋଟି ମଟର ସାଇକେଲ ଜବତ କରାଯାଇଛି। ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ମଦ, ଗୋଟିଏ ବୋଲେରୋ ଏବଂ ଦୁଇ ଗୋଟି ମଟର ସାଇକେଲର ଆନୁମାନିକ ମୂଲ୍ୟ ତେର ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଏ.ଏସ୍‌?.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲେଇ, ପରେଶ ଟୁଡୁ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ତିନି ଗୋଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରାଯାଇଛି।