Odiapua.com

ବିପୁଳ ପରିମାଣରେ ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଜବତ କରିବାରେ ଓଡ଼ିଶା ପୋଲିସ୍ ର ସଫଳତା

ଭୁବନେଶ୍ୱର ୫-୬ (ଓଡ଼ିଆ ପୁଅ) ବ୍ରାଉନ ସୁଗାର ଏବଂ ଗଞ୍ଜେଇ ଭଳି ନିଶା କାରବାର ଉପରେ ରାଜ୍ୟ ପୋଲିସ୍ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିଗତ କିଛି ଦିନ ଧରି ରାଜ୍ୟ ପୋଲିସ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।

ବ୍ରାଉନ୍ ସୁଗାର:-

ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନ୍ ସୁଗର ଜବତ୍ କରିବାରେ ସକ୍ଷମ ହୋଇଛି। ବିଗତ ୪ ବର୍ଷର ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ୨୦୨୦ରେ ବ୍ରାଉନ୍ ସୁଗର ଜବତର ପରିମାଣ ସର୍ବାଧିକ ରହିଥିଲା।

୨୦୧୭ରେ ୪୧୧ ଗ୍ରାମ, ୨୦୧୮ରେ ୧କେଜି୪୫ ଗ୍ରାମ, ୨୦୧୯ରେ ୨କେଜି ୬୪୭ଗ୍ରାମ, ୨୦୨୦ରେ ୩୫କେଜି୬୧୬ ଗ୍ରାମ ଏବଂ ୨୦୨୧(ଅପ୍ରେଲ୍ ସୁଦ୍ଧା) ୯କେଜି ୫୦୭ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି।

ଗଞ୍ଜେଇ-

ସେହିପରି ଗଞ୍ଜେଇ ଚୋରା କାରବାର ରୋକିବା ନିମନ୍ତେ ପୋଲିସ୍ ପକ୍ଷରୁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ୍ ସଫଳତା ପାଇଥିଲା। ୨୦୧୭ରେ ୩୦୪ କ୍ୱିଂଟାଲ ୩କେଜି, ୨୦୧୮ରେ ୫୨୩ କ୍ୱିଂଟାଲ୮୯ କେଜି, ୨୦୧୯ରେ ୬୧୮ କ୍ୱିଂଟାଲ ୧୫ କେଜି ଏବଂ ୨୦୨୦ରେ ସର୍ବାଧିକ ୧୫୪୯ କ୍ୱିଂଟାଲ୮୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।

୨୦୨୦ ପରେ ବ୍ରାଉନ୍ ସୁଗର ଓ ଗଞ୍ଜେଇ ଜବତ କରିବାରେ ଏସ୍ଟିଏଫ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଅଦ୍ୟାବଧି ଏସ୍ଟିଏଫ୍ ୧୦୦ରୁ ଉର୍ଦ୍ଧ୍ୱ ଚୋରା ବ୍ୟବସାୟୀଙ୍କୁ ଗିରଫ କରିଥିବାବେଳେ ୩୨ କେଜି ବ୍ରାଉନ୍ ସୁଗାର/ହେରୋଇନ୍ ଏବଂ ୬୬ କ୍ୱିଂଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି।

ଗତ ୩ ତାରିଖ ଦିନ ଏସ୍ଟିଏଫ୍ ପକ୍ଷରୁ ଜଳେଶ୍ୱର ଅଂଚଳରେ ଚଢଉ କରାଯାଇଥିଲା। ୩ଜଣ ବ୍ରାଉନ ସୁଗର ମାଫିଆଙ୍କୁ ଏସ୍ଟିଏଫ୍ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୨ କେଜି୬୬ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି।

ଚଳିତବର୍ଷ ପୋଲିସକୁ ବହୁ ସଫଳତା ମିଳିଥିବାବେଳେ ବ୍ରାଉନ୍ ସୁଗର ଓ ଗଞ୍ଜେଇ କାରବାର ରୋକିବା ଲାଗି କଠୋର ଯୋଜନା ପ୍ରସ୍ତୁତ କରାଯାଇଛି।