Odiapua.com

ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ,୨ମହିଳାଙ୍କ ସମେତ ୫ଗିରଫ

ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ୫ଟି ଅବକାରୀ ମାମଲା( ନଂ ୮୮, ୮୯, ୯୦, ୯୧ ଓ ୯୨ /୨କ୍ଟ୨୬/୨୭)ରୁଜୁ କରାଯାଇ ୨ ମହିଳାଙ୍କ ସମେତ ୫ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ମଦ ବିକ୍ରେତା ମାନେ ହେଉଛନ୍ତି ତାଳପଦା ଗ୍ରାମର ଗଉରା ବେହେରା ଓ କାଠି ଜେନା, ଗୋପସାହି ଗ୍ରାମର ପାର୍ବତୀ ମାଝୀ, ଅମୃତପୁର ଗ୍ରାମର ମିନତୀ ବେହେରା ଓ ମୂଲଣାସାହି ଗ୍ରାମର ପଂଚାନନ ମହାଳିକ । ଅବକାରୀ ବିଭାଗ ସୁପରିଟେଣ୍ଡେଂଟ ନରୋତମ ମିଶେରା ଓ ଡିଏସଇ ସୁଚରିତା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ତିହିଡି଼ ଅବକାରୀ ଥାନା ଅଧିକାରୀ ସୀମା କେରାଇ, ମୋବାଇଲ ଇନ୍ସପେକ୍ଟର ରାଜକିଶୋର ଜେନା, ଏସଆଇ ନଟବର ମଲ୍ଲିକ, କନେଷ୍ଟବଳ ପରେଶ ଚନ୍ଦ୍ର ଟୁଡୁ ପ୍ରମୁଖ ଏହି ଚଢ଼ାଉ କରିଥିଲେ ।