Odiapua.com

ବିପୁଳ ଜନସମାଗମରେ ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ଅନ୍ତିମ ଶୋଭାଯାତ୍ରା, ବିଧାୟକ ସଂଜୀବ ମଲ୍ଲିକଙ୍କ ସହ ସାମିଲ ହେଲେ ବହୁ ପ୍ରଶାସନିକ ଅଧିକାରୀ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୟୋବୃଦ୍ଧ ସ୍ୱ।।ଧୀନତା ସଂଗ୍ର୍‌ାମୀ ହୃଦାନନ୍ଦ ରାଉତ (୯୧) ଙ୍କର ଗତକାଲି ସନ୍ଧ୍ୟାରେ ଭଦ୍ରକ ବ୍ଲକ୍ କଲେଇ ଗ୍ରା.ପ. ସ୍ଥିତ ବଳଭଦ୍ରପୁର ଗ୍ରାମ ନିଜ ବାସ ଭବନରେ ପରଲୋକ ଘଟିଥିବାବେଳେ ଏହି ଖବର ପାଇ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶେଷ ଦର୍ଶନ ପାଇଁ ଲୋକମାନଙ୍କ ସୁଅ ଛୁଟିଥିଲା । ଆଜି ସକାଳେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରାଯାଇଥିଲା । କଲେଇ ଗ୍ରା.ପ.ର ପୂର୍ବତନ ସରପଞ୍ଚ ଥିବା ୰ ରାଉତଙ୍କ ଶବାଧାରକୁ ଗ୍ରା.ପ.ର ଉଲଟୁଙ୍ଗା, ନଳାଙ୍ଗ, ଚିଙ୍ଗିଡ଼ିପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବଳାଜିତପଡ଼ା, କ୍ଷେତ୍ରବାସୀ ବଜାର ଆଦି ପରିକ୍ରମା କରାଯାଇଥିଲା । ଜୁଇରେ ଚିତା ଲାଗିବା ପୂର୍ବରୁ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ଅନ୍ୟତମ ପ୍ରଶାସନିକ ଅଧିକାରୀ ଭାବେ ଅତିରିକ୍ତ ଏସ୍‌.ପି. ବିଜୟ ରଞ୍ଜନ କେର୍‌କେଟା, ଭଦ୍ରକ ତହସିଲଦାର ନବକୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସାତଭଉଣୀ ଆର୍‌.ଆଇ. ନୀଳ ମାଧବ ବାରିକ ପ୍ରମୁଖ ମଧ୍ୟ ପୁଷ୍ପମାଲ୍ୟ ଦେଇ ବିଦାୟ ସମ୍ମାନ ଜଣାଇଥିଲେ । ସ୍ୱର୍ଗତ ରାଉତ ୧୯୨୪ ମସିହା ଅଗଷ୍ଟ ମାସରେ ଜନ୍ମ ଗ୍ରହଣ କରିଥିଲେ । ଜଣେ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ ହିସାବରେ ୨୦୦୨ ମସିହାରୁ ଭତ୍ତା ପାଇ ଆସୁଥିଲେ । କଲେଇ ଗ୍ରା.ପ.ର ସରପଞ୍ଚ ମୀନାକ୍ଷୀ ପରିଡ଼ା, ଭଦ୍ରକ ବ୍ଲକ୍‌ର ଉପାଧ୍ୟକ୍ଷା ଜ୍ୟୋସ୍ନା ମଞ୍ଜରୀ ରାଉତ, ସାମ୍ବାଦିକ ପ୍ରମୋଦ ରାୟ, ଯୁବନେତା ତୁଷାର କାନ୍ତ ପରିଡ଼ା, ବାବୁଲା ରାଉତ, ତାପସ ରାୟ, ପ୍ରସନ୍ନ ପ୍ରଧାନ, ଅଭିରାମ ସାହୁ, ସୁନିଲ ଲେଙ୍କା ପ୍ରମୁଖଙ୍କ ସହ ଆତ୍ମୀୟସ୍ୱଜନ ସମସ୍ତ ଗ୍ରାମବାସୀ ତାଙ୍କର ଏହି ଅନ୍ତେଷ୍ଟିକ୍ରିୟା ପର୍ବରେ ସାମିଲ ହୋଇଥିଲେ । ଶେଷରେ ତାଙ୍କର ଜ୍ୟେଷ୍ଠ ପୁତ୍ର ମାନସ ରାଉତ ମୁଖାଗ୍ନି ଦେଇଥିଲେ ।