Odiapua.com

ବିପନ୍ନ ପରିବାରକୁ ସହାୟତା କଲେ ବିଧାୟକ

ହାଟଡିହି, ୨୪ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ବ୍ରାହ୍ମଣୀକଳା ଗ୍ରାମରେ ଗତକାଲି ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ପରିବାରକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ସହଯୋଗର ହାତ ବଢ଼ାଇଛନ୍ତି । ଆଜି ସନ୍ଧ୍ୟାରେ ବିଧାୟକ ଶ୍ରୀଯୁକ୍ତ ସେଠୀ, ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ରବିନ୍ଦ୍ର କୁମାର ସାହୁ, ଶିଶିର କୁମାର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତାରିଣୀ ପ୍ରସାଦ ସେନାପତି, ଗିରିଶ କୁମାର ସ୍ୱାଇଁ, ନିର୍ମଳ ସେଠୀ ପ୍ରମୁଖ ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁୁ ଚୁଡା, ଚାଉଳ, ରାସନସାମଗ୍ରୀ, ଲୁଗାପଟା ସହିତ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଏଠାରେ ସୁଚନାଯୋଗ୍ୟ ଗତକାଲି ରାତିରେ ଏହି ଗ୍ରାମର ମୁରଲୀଧର ସାହୁ ଓ ଗୌରାଙ୍ଗ ସାହୁଙ୍କ ୬ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଭଷ୍ମୀଭୁତ ହୋଇଯାଇଥିଲା ।