ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ତ ବିଭାଗ ରାସ୍ତା ପାର୍ଶ୍ୱ ବ୍ଲକଛକ ନିକଟରେ ଥିବା ଦକ୍ଷିଣବାଡ ଗ୍ରାମ ପଂଚାୟତ ମିନି ମାର୍କେଟ କମ୍ପେ୍ଲକ୍ସ ଦିନକୁ ଦିନ ବିପଦ ପୂର୍ଣ୍ଣ ହୋଇ ଆସୁଥିବା ବେଳେ ଏବେ ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ ସାଜିଛି। ଏହି ଅତୀବ ଛୋଟ ଛୋଟ କୋଠରୀ ଥିବା ଆଠଟି ରୁମ ଛାତରୁ କଂକ୍ରିଟ ଖସି ରଡ଼ ଅନେକ ଜାଗାରେ ଦେଖା ଯାଇଅଛି। ବର୍ଷା ଦିନେ ଛାତରୁ ପାଣି ଗଳୁଛି। କେତେକ ରୁମରେ କାନ୍ଥ ମଧ୍ୟ ଫ।ଟିଛି। ରାସ୍ତାର ପାଣି ମଧ୍ୟ ଦୋକାନ ଘର ମଧ୍ୟକୁ ପଶୁଛି। ଗ୍ରାମ ପଂଚାୟତ ଖାତାକୁ କୌଣସି ରାଜସ୍ୱ ଆସୁନଥିବା ପଂଚାୟତ ନିର୍ବାହୀ ଅଧିକାରୀ ରବି ନାରାୟଣ ପାତ୍ର କହି ଥିବା ବେଳେ କେତେକ ଦୋକାନ କରି ଥିବା ଦେଖାଯାଇଅଛି। ଏହା ମରାମତି ଯୋଗ୍ୟ କି ନାହି ପରଖି ଏହାର ମରାମତି କରାଯାଉ ନଚେତ୍ ଏହି କମ୍ପେ୍ଲକ୍ସଟି ପଛରେ ଥିବା ନୟନ ଯୋରୀ ଉପରେ ହେବାକୁ ଥିବା ଏକ ପୋଲ ଗ୍ରାମ୍ୟ ଉନୟନ ବିଭାଗ ଟ୍ରାଫିକ ସମସ୍ୟା ଦେଖାଇ କରି ପାରୁନାହିଁ। ତେଣୁ ଏହି କମ୍ପେ୍ଲକ୍ସଟିର ସ୍ଥାୟୀ ସମାଧାନ କରାଇବାକୁ ବିଡିଓଙ୍କ ନିକଟରେ ରେବୋ, ନୁଆପୋଖରି, ପନଖା, କୁସୁମା, କୋଳଣା ଗ୍ରାମର ସଚେତନ ନାଗରିକ ଦାବୀ କରି ତ୍ୱରିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି।