Odiapua.com

ବିପଦସଙ୍କେତ ଉପରେ ବୈତରଣୀ

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୭.୮୩ ମିଟର ଠାରୁ ଉପରେ ୧୭.୯୬ ମିଟରରେ ପ୍ରବାହିତ ହେଉଛି ଓ ଜଳସ୍ତର ସକାଳ ୫ଟା ଠାରୁ ସ୍ଥିର ରହିଥିବା ଜଣାଯାଇଛି। ଶନିବାର ରାତ୍ର ୮ଟାରେ ଜଳସ୍ତର ସର୍ବାଧିକ ୧୮.୦୬ମିଟରରେ ପହଞ୍ôଚ ସ୍ଥିର ହୋଇ ରାତ୍ର ୩ଟା ବେଳକୁ ହ୍ରାସ ପାଇ ୧୭.୯୬ ମିଟରରେ ସ୍ଥିର ହୋଇଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୪୩.୬ ମି.ମି., କେଉଁଝରରେ ୭୮.୬ ମି.ମି., ସ୍ୱାମୀପାଟଣାରେ ୩୪.୨ ମି.ମି., ଠାକୁରମୁଣ୍ଡାରେ ୭୦.୨ ମି.ମି., ଆନନ୍ଦପୁରରେ ୨୫.୨ ମି.ମି. ଓ ଆଖୁଆପଦାରେ ୪୦.୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଉପରମୁଣ୍ଡରେ ବର୍ଷାପରିମାଣ ବୃଦ୍ଧି ପାଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜଳସେଚନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭଣ୍ଡାରିପୋଖରୀ ଅଞ୍ଚଳରେ ରେକର୍ଡ ୫୦ ମି.ମି ବର୍ଷା ହୋଇଛି। କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ, ବାଲିପୋଖରୀ ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ହଦଗଡ ଡ୍ୟାମରୁ ଜଳ ଛଡାଯିବା ଦ୍ୱାରା ସାଳନ୍ଦୀ ଶାଖା ନଦୀ ରେବରେ ବନ୍ୟା ଆସିଛି। ଫଳରେ ନିର୍ଗୁଣ୍ଡି, ଜଳମଣ୍ଡୁଆ ଆଦି ପ୍ରଞ୍ଚାୟତ ପ୍ରଭାବିତ ହୋଇଛି। ଚଳିତ ବର୍ଷାରେ କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ନାହିଁ ବୋଲି ବିଡିଓ ଦେବଦତ୍ତ ଦାଶ ସୂଚନା ଦେଇଛନ୍ତି।