Odiapua.com

ବିପଦସଙ୍କେତ ଉପରେ ବୈତରଣୀ, ବହୁ ଗ୍ରାମ ଜଳବନ୍ଦୀ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ଆଜି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଅପରାହ୍ନ ୫ଟା ସୁଦ୍ଧା ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୭.୮୩ ମିଟର ସାମାନ୍ୟ ଉର୍ଦ୍ଧରେ ୧୭.୯୧ ମିଟରରେ ପ୍ରବାହିତ ହେଉଛି ଓ ଜଳସ୍ତର ଧିରଗତିରେ ହ୍ରାସ ପାଉଥିବା ଜଣାଯାଇଛି। ସୋମବାର ସକାଳ ୭ଟା ଟାରେ ଜଳସ୍ତର ସର୍ବାଧିକ ୧୮.୭୫ ମିଟରରେ ପହଞ୍ôଚବା ପରେୁ ହ୍ରାସ ପାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡରେ ସେଭଳି କୌଣସି ବର୍ଷା ହୋଇନଥିବା ଜଣ।।ଯାଇଛି। କଣ୍ଟିଘାଇ ଦେଇ ପ୍ରବାହିତ ବ୍ୟାପକ ବନ୍ୟାଜଳ ଦ୍ୱାରା ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ ଆଦି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଜୋରାଗଡିଆ, ସାରଣା, ନୌରଙ୍ଗପୁର, ଦେଉଳପଦୀ, ରାମପୁର, ଚତୁର୍ଭୁଜପୁର, ନପଙ୍ଗ ଆଦି ଗ୍ରାମ ଗତ ୩ ଦିନ ଧରି ଜଳବନ୍ଦୀ ହୋଇ ରହିଛି। ଏହି ସମସ୍ତ ପଞ୍ଚାୟତ ଓ ବନ୍ଦାଳୋ-ମଢିଆଳି ଏବଂ ଝୁଟୁଣା ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେବାସହ ପ୍ରାୟ ସମସ୍ତ ଧାନତଳି ନଷ୍ଟ ହୋଇଯାଇଛି। ବିଶେଷ କରି ଗୃହପାଳିତ ପଶୁ ବର୍ଷା ବନ୍ୟା ଯୋଗୁଁ ଗତ ଆଠ ଦିନ ଧରି ଗୃଡବନ୍ଦୀ ହୋଇ ରହିଥିବାରୁ ସେମାନଙ୍କ ଦୁର୍ଦ୍ଦଶା ବହୁଗୁରିତ ହୋଇଛି।