Odiapua.com

ବିପଣୀ ଉନ୍ନୟନ କମିଟି ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, ୨୪ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ବିପଣୀ ଉନ୍ନୟନ କମିଟି ପକ୍ଷରୁ ସପ୍ତମ ବାର୍ଷିକ ୨ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୋତିଗଞ୍ଜସ୍ଥିତ ଘୋଷ ମାର୍କେଟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ରଂଜନ ବାଗ୍ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଦୀର୍ଘ ୭ ବର୍ଷଧରି ବିପଣୀ ଉନ୍ନୟନ କମିଟି ଏଭଳି ମହତ କାର୍ଯ୍ୟ ଜାରି ରଖିବା ବେଶ୍ ପ୍ରଶଂସନୀୟ ବୋଲି ବୋଲି ସେ କହିଥିଲେ। ବିଜେପି ସଦର ନିର୍ବାଚନମଣ୍ଡଳୀ ସଂଯୋଜକ ମାନସ ଦତ୍ତ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିପଣୀ ଉନ୍ନୟନ କମିଟିର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ବ୍ୟବସାୟୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସମାଜ ସେବା ପ୍ରତି ଆଗ୍ରହ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲିି ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ। କମିଟିର ସାଧାରଣ ସମ୍ପାଦକ ଚନ୍ଦନ କୁମାର ଭୂୟାଁ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ମହେଶ କୁମାର ବିଶ୍ୱାଳ, କମିଟିର ଉପଦେଷ୍ଟା ସମାଜସେବୀ ଜନତ ହୋସେନଙ୍କ ସମେତ ଶରତ ଚନ୍ଦ୍ର ନାୟକ, ଅରୁଣ କୁମାର ଦାସ, କମଳାକାନ୍ତ ନାୟକ, ଅନୀଲ କୋଇଲି, ଅଖିଲ ଚନ୍ଦ୍ର ଆଶ୍‌, ରାଜକୁମାର ପିରି, କରୁଣାକର ପଣ୍ଡା, କାର୍ତ୍ତିକ ଓଝା, ଡମ୍ବରୁଧର ଦାସ ପ୍ରମୁଖ କମିଟି କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ରକ୍ତଦାନ ଶିବିର ପାଇଁ ଗୋଟିଏ ଦିନ ଘୋଷ ମାର୍କେଟରେ ବ୍ୟବସାୟୀମାନେ ଦୋକାନ ବନ୍ଦ ରଖିଥିବା ଲକ୍ଷ୍ୟ କରାଯାଇଥିଲା। ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିର ଶେହ ସୁଦ୍ଧା ଶହେରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।