Odiapua.com

ବିନୋଭା ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମହାତ୍ମାଗାନ୍ଧୀଙ୍କ ଆଧ୍ୟାତ୍ମିକ ଶିଷ୍ୟ ବିନୋଭା ଭାବେଙ୍କର ୧୨୫ତମ ଜୟନ୍ତୀ ଅବସରରେ ପୁରୀ ସର୍ବୋଦୟ ନଗର ଠାରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ଏହାକୁ ଉନ୍ମୋଚିତ କରିଥିଲେ। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବର ମୁଖ୍ୟଆୟୋଜକ ସମାଜସେବୀ ପ୍ରଭାକର ମିଶ୍ରଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରଫେସର ବଳରାମ ଦାସ, ଗଙ୍ଗାଧର ଆଚାର୍ଯ୍ୟ, ଐତିହାସିକ ଗୌରାଙ୍ଗ ଚରଣ ପରିଡ଼ା, ପ୍ରମୋଦା ଦେବୀ, ଅମୀୟ କୁମାର ଦାସ ଓ ଇଞ୍ଜିନିୟର ମୀନକେତନ ଦାସ ଓ ସର୍ବୋଦୟ ବିକାଶ ପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ।