Odiapua.com

ବିନା ସୁରକ୍ଷାରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ଶ୍ରମିକ

ପାଟଣା ୧-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଅଛି ଏହି ସମ୍ପ୍ରସାରଣ କାର୍ଯ୍ୟକୁ ମୋଣ୍ଟେକାର୍ଲ ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ କରୁଅଛି। ତେବେ ଏହି ସଂସ୍ଥା ଏବେ ଶ୍ରମିକମାନଙ୍କ ଜୀବନ ସହିତ କମ୍ପାନୀ ଖେଳ ଖେଳୁଥିବା ନଜରକୁ ଆସିଛି। ସମ୍ପ୍ରସାରଣ ବେଳେ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟ ଉପରେ ଶ୍ରମିକମାନଙ୍କୁ ବିନା ସୁରକ୍ଷାରେ କାମ କରାଉଥିବା ନଜର ଆସିଛି ଗତକାଲି ତୁରୁମୁଙ୍ଗା ବଜାରରେ ଗଛ କଟା ଯାଉଥିବା ସମୟରେ ଏକ ବିଦ୍ୟୁତ ଖୁଣ୍ଟ ଉପରେ ଦୁଇ ଜଣ ଶ୍ରମିକ ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ନଜରରେ ଆସିଥିଲା। ସ୍ଥାନୀୟ ସଚେତନ ନାଗରିକ ମଧ୍ୟ ଏହାକୁ ବିରୋଧ କରିବାର ମଧ୍ୟ ଦେଖା ଯାଇଥିଲା କିନ୍ତୁ ଏହାକୁ ବେ ଫିକର କରି ପାଖା ପାଖି ଦୁଇ ଘଂଟା ସମୟ ଏକ ପୋକଲେନ ମେସିନ ର ବକେଟ ଉପରେ ଦୁଇ ଶ୍ରମିକଙ୍କୁ ଠିଆ କରାଇ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ାଉ କାମ କରାଇଥିଲେ କର୍ତ୍ତୃପକ୍ଷ ଏ ଖବର ଆମ ପ୍ରତିନିଧି ଙ୍କ ପାଖରେ ପହଞ୍ଚିବା ପରେ ଆମ ପ୍ରତିନିଧି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଆଉ ସେଇ ସମାନ ଚିତ୍ର ମଧ୍ୟ ଦେଖିବା କୁ ପାଇଥିଲେ ଦୁଇ ଜଣ ଶ୍ରମିକ ଅତି ବିପଦ ସଂକୁଳ ଅବସ୍ଥାରେ ଜୀବନ କୁ ବାଜି ଲଗାଇ ବିଦ୍ୟୁତ ଖୁଣ୍ଟ ଉପରେ ପୋକଲେନ ବକେଟ ରେ ଭୂଇଁ ଠାରୁ ୧୫ ଫୁଟ ଉପରେ ରହି ବିନା କୌଣସି ସୁରକ୍ଷା ଉପକରଣ ରେ କାମ କରୁଥିବା ଦେଖିବା କୁ ପାଇଥିଲେ ଘଟଣା ସମ୍ପର୍କରେ ମୋଣ୍ଟେକାର୍ଲ କତ୍ତୃପକ୍ଷ ଶ୍ରୀ ପଟ୍ଟନାୟକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଅବଗତ କରାଇବା ପରେ ସମ୍ପ୍ରସାରଣ କାର୍ଯ୍ୟ ଆମେ କରୁଥିବା ବେଳେ ବିଦ୍ୟୁତ ତାର ସଂଯୋଗ କାମ ଏକ ଘରୋଇ କମ୍ପାନୀ ଠିକା ମାଧ୍ୟମ ରେ କାର୍ୟ୍ଯ କରୁଅଛି ବୋଲି କହିଥିଲେ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି କିପରି କୋଉ ପରିସ୍ଥିତି ସରକାରୀ ନିୟମ କୁ ଖୋଲାଖୋଲି ଉଲଂଘନ କରି ନିରୀହ ଶ୍ରମିକ ମାନଙ୍କ ଜୀବନ ସହିତ ଖେଳ ଖେଳା ହେଉଛି। ଏଥି ପ୍ରତି ଦ୍ରୁଷ୍ଟି ଦେଇ ଶ୍ରମିକ ମାନଙ୍କ ସୁରକ୍ଷା ଉପରେ କତ୍ତୃପକ୍ଷ ଦାଇତ୍ଵ ବାନ ହେବାକୁ ସ୍ଥାନୀୟ ବୁଦ୍ଧିଜୀବି ଦାବି କରିଛନ୍ତି।