Odiapua.com

ବିନା ରାଜସ୍ବ ରେ ଚାଲିଛି ବେଆଇନ କ୍ରସର ଓ ଖଣି ଖନନ, ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି

କଳାହାଣ୍ଡି, ୧୦-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଲହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଜୟପାଟଣା ଓ କୋକସରା ବ୍ଳକ ସୀମାନ୍ତ ଅଂଚଳ ମତୁଆଲଗୁଡ଼ା ଓ ଜଳତାମୁଡା ଗାଁ ନିକଟରେ ଚାରୋଟି କ୍ରସର ଯଥା କ୍ରମେ ତ୍ରିଶକ୍ତି କ୍ରସର, ଶିବଶକ୍ତି କ୍ରସର, ଶ୍ରୀକ୍ଷେତ୍ର କ୍ରସର, ଓ ବଂଶୀମାଧବ କ୍ରସର, ବର୍ଷ ବର୍ଷ ଧରି ଖଣି ମାଫିଆ ମାନେ ଚଳାଉଛନ୍ତି। କ୍ରସର ଗୁଡି଼କ କେତେଯେ ସରକାରୀ ମାନ୍ୟତା ପ୍ରାପ୍ତ ତାହା ସରକାରକୁ ଜଣା।କିନ୍ତୁ କ୍ରସର ଚାଲିବା ଦ୍ଵାରା କ୍ରସର ଚାରିପଟେ ଯେଉଁ ଚାଷ ଜମି ଅଛି ତାହା ବିପର୍ଯ୍ୟସ୍ତ ହୋଇପଡିଛି।ଚାଷୀ ଭାଇ ମାନଙ୍କ କହିବା ଅନୁସାରେ ନାଳି ଆଖି ଦେଖାଇ ଦୀର୍ଘ ବର୍ଷ ହେବ ପଥର ଗୁଣ୍ଡ ପକାଇ ୧୫ ରୁ ୨୦ ଏକର ଜମି ଚାଷୀ ମାନଙ୍କ କ୍ଷତି ଘଟାଇ କଲାବେପାର ଚଳାଉଛନ୍ତି।ନିୟମ ଅନୁସାରେ କ୍ରସର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ନିତ୍ୟାନ୍ତ ଜରୁରୀ ଥିବା ସହିତ ମାଇନ୍ସ ଏବଂ ମିନେରାଲ ଆକ୍ଟ ଅନୁଯାୟୀ ଲିଜ ଅନୁସାରେ ସୀମିତ ଏରିଆ ଭିତରେ କ୍ରସର ସ୍ଥାପନ କରାଯିବା କଥା କିନ୍ତୁ ସବୁ ସରକାରୀ ନିୟମକୁ ବେଖାତିର କରି ଦିନ ନାହିଁ କି ରାତି ପଥର ବ୍ଲଷ୍ଟିଂ କରି ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ହାନି ସହିତ।ସ୍ଥାନୀୟ ଲୋକଙ୍କ ଧନ ଜୀବନ କୁ ବିପଦ ସୃଷ୍ଟି କରୁଛନ୍ତି। କ୍ରସର ଗୁଡିକ କମ ଟଙ୍କାର ର ରାଜସ୍ବ ଦେଇ ହଜାର ହଜାର ଟ୍ରକ ପଥର ଦିନ ରାତି ଚାଲାଣ କରିବାରେ ଲାଗିଛନ୍ତି। କୋକସରା ତହସିଲ ଅନ୍ତର୍ଗତ ଦୋକାରୀ ପାହାଡ ଏହାର ଜ୍ୱଳନ୍ତ ଉଦାହରଣ। ଉକ୍ତ ପାହାଡରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲେ ମଧ୍ୟ କ୍ରସର ମାଲିକ ମାନେ ପାହାଡ କୁ ବେଆଇନ ବ୍ଲଷ୍ଟିଂ କରି ଦୁଇ ଫାଲ କରିସାରିଲେଣି କୋକସରା ତହସିଲ ର କିଛି ଅଧିକାରୀ ଓ କ୍ରସର ମାଲିକ ମାନଙ୍କ ମଧୁ ଚଦ୍ରିକା ସହିତ ସରକାରୀ ଦଳର ନେତା ଙ୍କ ହାତ ଥିବା ଯୋଗୁଁ ସହଜରେ ହାତ ମାରିବାକୁ ସ୍ଥାନୀୟ ପ୍ରଶାସନ ସାହାସ ପାଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ହେଲେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବଡ ବଡ ଅଧିକାରୀ ଙ୍କ ସହିତ ବହୁତ ବଡ଼ ନେତା ମାନଙ୍କ ଗୁମର ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।