Odiapua.com

ବିନା ଅପରାଧରେ ଥାନାରେ ଅଟକ; ଏସପିଙ୍କୁ ଭେଟିଲା ପିଡିତ ପରିବାର

ଯାଜପୁର୧୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ର୍ରୀ)ଏତଲା ରଖିବା ପରିବର୍ତ୍ତେ ମଙ୍ଗଳପୁର ଥାନାରେ ବିନା ଅପରାଧରେ ପୁଲସ ସକାଲୁ ଗାଡିରେ ଉଠାଇନେଇ ମାଡ ମାରିବା ସହ ରାତ୍ରୀ ପର୍ଯ୍ୟନ୍ତ ଅଟକ ରଖି ଟଙ୍କା ମାଗିବା ଘଟଣାକୁ ନେଇ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପିଡିତ ପରିବାର । ଏନେଇ ତୁରନ୍ତ ଏତଲା ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ଚରଣସିଂହ ମୀନା ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶଯେ ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମର କୈଳାସ ଯେନାଙ୍କ ଅଭିଯୋଗ ମୁତାବକ ଗତ ୫ ତାରିଖ ତାଙ୍କ ପଡିଶା ଶଶିବାଳା ଯେନା ତାଙ୍କ ସାନପୁଅ କାହ୍ନୁ ନାମରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ଘରକୁ ଆସି କାହ୍ନୁକୁ ଖୋଜିଥିଲା । ମାତ୍ର କାହ୍ନୁ କାମ କରିବାକୁ ତିହିଡି ଯାଥିବାରୁ ସେ ଫେରିଲେ ଥାନାକୁ ଯିବ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା । ପୁଲିସ ଘଟଣାସ୍ଥଳୁ ଯିବା ପରେ ପଡିଶା ନରହରି ଯେନା ସହଯୋଗୀ ମାନଙ୍କ ସହ ସଙ୍ଘବଦ୍ଧ ଭାବେ ଘରେ ପୁରୁଷ ନଥିବାର ସୁଯୋଗ ନେଇ କୈଳାସଙ୍କ ଘରେ ପଶି ଅଶ୍ଲୀଳ ଗାଳିଗୁଲଜ କରିବା ସହ କାହ୍ନୁର ସ୍ତ୍ରୀ ସୁନାକୁ ମାଡ ମାରିଥିଲେ । ଏନେଇ ସୁନା ଥାନାରେ ୭ ତାରିଖ ଏତଲା ଦେଇଥିଲା । ହେଲେ କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ୧୧ ତାରିଖ ସକାଲୁ ଏଏସଆଇ ଏସ କେ ସିଂହ କୈଳାସ ଘରେ ପହଂଚି କାହ୍ନୁକୁ ଖୋଜିଥିଲେ । କାହ୍ନୁ ଘରେ ନଥିବା କହିବାରୁ କୈଳାସକୁ ମାଡମାରି ଗାଡିରେ ବସାଇ ଥାନାକୁ ନେଇ ଆସିଥିଲେ । ଖରାବେଳେ କୈଳାସର ବଡପୁଅ ଖାଇବାକୁ ଦେବାକୁ ଆସି ପୁଲିସ ବାବୁଙ୍କୁ କାହିଁକି ଅଟକାଇଛ ପଚାରିବାରୁ କେଶ ହୋଇଛି ୫ ହଜାର ଟଙ୍କା ଦିଅ ନଚେତ କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ । ହେଲେ ରାତି ୮ଟା ପର୍ଯ୍ୟନ୍ତ କୋର୍ଟ ଚାଲାଣ ନକରି ମୋତେ ଜୋର ଜବରଦସ୍ତ ଥାନାରୁ ବାହାରକୁ ବାହାର କରିଦେଇଥିଲେ । ହେଲେ କୌଳାସଙ୍କ ନାମରେ କି ମାମଲା ଅଛି ତାହା ଦର୍ଶାଇନଥିଲେ କି ତାଙ୍କ ବୋହୁ ଦେଇଥିବା ମାମଲା ରୁଜ୍ଜୁ କରିନଥିଲେ । ଏ ସର୍ମ୍ପକରେ କୈଳାସର ପରିବାର ଆଜି ଏସପିଙ୍କୁ ଭେଟି ଗୁହାରୀ କରିବା ପରେ ମାମଲା ରୁଜ୍ଜୁ କରି ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।