ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନାୟକ ଡିଗ୍ରୀ କଲେଜ, ଭଦ୍ରକ ପରିସରରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ କଲେଜର ପୂର୍ବତନ ଅଧ୍ୟକ୍ଷ ମଦନମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଲେଜର ବର୍ତ୍ତମାନର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉତ, ପରିଚାଳନା ପରିସଦର ସଭାପତି ଶୁଭଲକ୍ଷ୍ମୀ ପାଢ଼ୀ, ସଭ୍ୟା ପ୍ରମିଳା ରାଉତ ଓ କଲେଜର ପ୍ରତିଷ୍ଠାତା ମନୋଜ କୁମାର ପାଢ଼ୀ ଉପସ୍ଥିତ ରହି ଚଳିତ ବର୍ଷର ଫକିର ମୋହନ ବିଶ୍ୱବିଦ୍ୟାଳୟ ଅଧିନୟରେ ଅନୁଷ୍ଠିତ ହୋଇଥିବା ସ୍ନାତକ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରୀ ଓ କଲେଜର ବିଭିନ୍ନ ବିଷୟରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉଦ୍ଭିଦ ବିଜ୍ଞାନରେ ଟପ୍ପର ହୋଇଥିବା ଫାରାହାତ ଜାହାନ ଓ କମ୍ପ୍ୟୁଟର ବିଜ୍ଞାନରେ ଟପ୍ପର ହୋଇଥିବା ସ୍ମାରକୀ ସ୍ମରଣୀକା ପାତ୍ରଙ୍କୁ କଲେଜ ତରଫରୁ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ କଲେଜର ଅଧ୍ୟାପନାରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କର ଅବିଭାବକ, କଲେଜର କତ୍ତୃପକ୍ଷ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସେମାନଙ୍କ ପିଲାମାନଙ୍କର କୃତକାର୍ଯ୍ୟପାଇଁ ଭାଷଣ ମାଧ୍ୟମରେ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାରେ କଲେଜର କର୍ମଚାରୀ ଯଥା ସୁଶିଲ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ରାଉତ, ଧୀରେନ୍ଦ୍ର କୁମାର ଲେଙ୍କା ଉପସ୍ଥିତ ରହିବା ସହ କଲେଜର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ସର୍ବଶେଷରେ ପରିଚାଳନା ପରିଷଦର ସଂପାଦକ, ଛାତ୍ରଛାତ୍ରୀ, ଅବିଭାବକ, ମଞ୍ଚାସିନ ଅତିଥି ଓ ଉପସ୍ଥିତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କଲେଜ ତରଫରୁ କୃତଜ୍ଞତା ସହ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।