Odiapua.com

ବିଧାୟିକା ପ୍ରତିକ୍ରିୟାରେ କାନ୍ଦି ପକେଇଲେ

ଟିଟିଲାଗଡ଼ ୨୮-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଚଳିତ ନିର୍ବାଚନରେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ପୁନଃ ବିଧାୟିକା ଭାବେ ଜୟ ଲାଭ କରି ଥିବା ବେଳେ ତାଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା, ତେବେ ତାଙ୍କୁ ଆଜି ବିଜେଡ଼ି ସୁପ୍ରିମୋ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ପ୍ରକାଶ ଯେ ବିଗତ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାମୀ ଙ୍କୁ ହତ୍ୟା କରିବା ପରେ ସେ ନିର୍ବାଚନ ମଇଦାନକୁ ଆସି ଅନୁକମ୍ପା ମୂଳକ ଭୋଟ ରେ ବିଜୟ ଲାଭ କରିଥିଲେ। ବି.ଜେ.ଡି ଦଳରୁ ଟିକଟ ହାସଲ କରି ପୂର୍ବତନ ଜଙ୍ଗଲ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ହରେଇ ବିଧାୟିକା ହୋଇଛନ୍ତି। ବର୍ତ୍ତମାନ ମନ୍ତ୍ରୀପଦକୁ ନେଇ ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ ଟିଟିଲାଗଡ଼ ବିଧାୟିକାଙ୍କୁ ଏହି ମନ୍ତ୍ରୀ ପଦବୀ ମିଳିବା ନେଇ ସମର୍ଥକଙ୍କ ମଧ୍ୟରେ ଖୁସି ଦେଖାଯାଇଥିବା ବେଳେ ଦୀର୍ଘଦିନର ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନିର୍ବାଚନ ପୂର୍ବରୁ ଜୋର ଧରିଥିଲା ତେବେ ବର୍ତ୍ତମାନ ଏହି ଦାବି ଉପରେ ଜନସାଧାରଣ ଙ୍କ ନଜର ରହିଛି। ତେବେ ମୁଖ୍ୟମନ୍ତ୍ରୀ ଏ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଧାୟିକା କହିଥିଲେ। ଏହି ଦାବି ପୂରଣ ସହ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ସେହିପରି କିପରି ଅନୁଭବ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କାନ୍ଦି ପକେଇଥିଲେ। ନିଜ ସ୍ଵାମୀ ଙ୍କୁ ନେଇ କାନ୍ଦି ପକେଇ ଥିବା ବେଳେ ସେ ପ୍ରକୃତ ହତ୍ୟାକାରୀ କିଏ ତାହା ତଦନ୍ତ ପାଇଁ ଦାବୀ ବିଗତ ଦିନରେ କରିଥିଲେ ଓ ଗିରଫ ଅଭିଯୁକ୍ତ ମାନେ ସଂଶ୍ଲିଷ୍ଟ ନ ଥିବା ପ୍ରକାଶ କରିଛନ୍ତି। ଅଗାମୀ ଦିନରେ ଉଚ୍ଚ ସ୍ତରୀୟ ତଦନ୍ତ ନେଇ ଦାବୀ କରିବେକି ବୋଲି ସାଧାରଣରେ ଆଲୋଚନା ହେଉଛି।