Odiapua.com

ବିଧାୟକ ସଞ୍ଜିବ ଓ ବିଜେଡି ନେତା କ୍ଷତିଗ୍ରସ୍ତ ଅଂଚଳ ବୁଲିଲେ

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଅଂଚଳରେ ଥିବା ବାତ୍ୟା ପ୍ରଭାବିତ ଅଂଚଳକୁ ଆଜି ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ବୁଲି ବିଭିନ୍ନ ଅସ୍ଥାୟୀ କେନ୍ଦ୍ରରେ ଥିବା ପ୍ରଭାବିତ ଲୋକ ମାନଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ବି.ଟି ପୁର ପଂଚାୟତର ଧୋବାସାହି,ବଡ ବର୍ଚ୍ଚିକୟାଁ ପଂଚାୟତର ଆପ୍ତିିରାଷଡଙ୍ଗି,କାଦବରାଙ୍ଗ,ବନ୍ତଳା ଆଦି ଅଂଚଳର ଲୋକମାନଙ୍କୁ ଭେଟି ସମସ୍ତ କଥା ବୁଝିବା ସହ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବା ନେଇ ପ୍ରଶାସନିକ ଅଧିକାରିଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଯେନା,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ,ପୂର୍ବତନ ସରପଂଚ ସତ୍ୟସାଧନ ବେଜ୍‌,ପୁରୁଷଣ୍ଢ ସରପଂଚ ସୁଧିଆ ବିଶ୍ୱାଳ,ଯୁବନେତା ସପନ ସିଂହ,ସମିତିସଭ୍ୟ ନିର୍ମଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଥାଉକି ସଂପୂର୍ଣ୍ଣ ଧୋବାସାହିଟି ପାଣି ଘେରରେ ଥିବାବେଳେ ଏଥିରେ ୪୦ଘର ପ୍ରଭାବିତ ହୋଇଥିଲେ । ବିଧାୟକଙ୍କ ହସ୍ତକ୍ଷେପ ପରେ ଡ୍ରେନସଫା କରାଯାଇ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଛି ।