ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକ୍ ଅନ୍ତର୍ଗତ ଆଡିଆ ଗ୍ରାମ ପଂଚାୟତ ର ଆଡିଆ, ଅଡାଳପଙ୍କ ଓ ଆଗରପଡା ବଜାର ଠାରେ ଭଦ୍ରକ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି । ତେବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଙ୍କ ଦର୍ଶନ କରିବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି । ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା,ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଓ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଏହି ଅବସରରେ ଉପସ୍ଥିତ ଥିଲେ ।