Odiapua.com

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ସର୍ବଦଳୀୟ ଶୋକ ସଭା

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ରାଜନେତା, ସାହିତ୍ୟିକ ତଥା ଧାମନଗଗରର ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନରେ ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶୋକସଭାରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସମେତ ବିଭିନ୍ନ ଦଳର ରାଜନୈତିକ ନେତୃମଣ୍ଡଳୀ, ସାହିତ୍ୟିକ, ସାମ୍ବାଦିକ, କର୍ମଚାରୀ, ଶ୍ରମିକ ନେତା ଓ ଆଇନଜୀବୀମାନେ ଉପସ୍ଥିତ ହୋଇ ସ୍ୱର୍ଗତ ସେଠୀଙ୍କ ଅମରାତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସାମ୍ବାଦିକ ପ୍ରମୋଦ ରାୟ, ଦୈତାରୀ ମହାପାତ୍ର, ଶିକ୍ଷାବିତ ଶାନ୍ତନୁ ରାଉତ, ଡ. ପ୍ରଭାତ ନଳିନୀ ମହାପାତ୍ର, ବଦ୍ରି ନାରାୟଣ ଧଳ, ବିଦ୍ୟାଧର ଜେନା, ନାଟ୍ୟକାର ନିର୍ମଳ ରାଉତ, ଜ୍ଞାନ ପ୍ରକାଶ ପାଣୀ, ଅଶ୍ୱିନୀ ପାଢ଼ୀ, ମନୋରଂଜନ ବାରିକ, ଗୋ ସୁରକ୍ଷା ସମିତିର ସଭାପତି ଅପୂର୍ବ ରଂଜନ ବେହେରା, ଆଇନଜୀବୀ ବିଷ୍ଣୁ ମହାପାତ୍ର, ଆଇନଜୀବୀ ଗଦାଧର ବଳ, ମହତାବ ହାଇସ୍କୁଲର ଅଶୋକ ଖିଲାର, ସମାଜସେବୀ ପ୍ରକାଶଜ୍ୟୋତି ମହାକୁଡ଼, ରାଜେନ୍ଦ୍ର ଜେନା, ସାମ୍ବାଦିକ ମାନସ ମହାନ୍ତି, ସାହିତ୍ୟିକା ଗୀତାରାଣୀ ଆଇଚ, ବିଜେପି ଯୁବନେତା ଦେବାଂଶୁ ରାଉତ, ବିଜେଡି କାଉନସିଲର ସାହିଦ ଖାନଙ୍କ ସମେତ ବହୁୂ ବୁଦ୍ଧିଜୀବୀ ଓ ରାଜନେତା ଉପସ୍ଥିତ ରହି ସ୍ୱର୍ଗତ ସେଠୀଙ୍କ ବହୁବିଧ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ଶେଷରେ ସଂସ୍କୃତି ଭବନ ସମ୍ମୁଖରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମା’ ବଙ୍କବାସୁଳୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ସ୍ୱର୍ଗତ ବିଧାୟକ ସେଠୀଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରାଯାଇଥିଲା।