Odiapua.com

ବିଧାୟକ ବିଷ୍ଣୁ ସେଠୀଙ୍କୁ ଭଣ୍ଡାରିପୋଖରୀରେ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିରୋଧି ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପାର୍ଥୀବ ଶରୀରକୁ ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଅପରାହ୍ନ ୩ଟା ବେଳେ ମରଶରୀର ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ଠାରେ ପହଞ୍ôଚଥିଲା। ସେଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ନେତୃତ୍ୱରେ ଶହ ଶହ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ରାଜପଥର ପୁରିପଡା, ଛତାବର, ଭଣ୍ଡାରିପୋଖରୀ, ଧାମନଗରଛକରେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବିଧାୟକ ଡଃ ବୁଡାନ ମୁର୍ମୁ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ, ସିପ୍ରା ବାଜପେୟୀ, ଜିଲ୍ଲା ସଭାପତି ହେମନ୍ତ ପାଢୀ ପ୍ରମୁଖ ଶବାଧାରରେ ଯୋଗଦେଇଥିଲେ। ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସ୍ୱର୍ଗତ ବିଧାୟକଙ୍କ ଶ୍ୱଶୁର ଘର ଗ୍ରାମ କୁମ୍ଭାରିଆରେ ଶୋକ ପାଳନ କରାଯାଇଛି।