Odiapua.com

ବିଧାୟକ ବାଦଲଙ୍କ ପ୍ରତିଶୃତି ପରେ ଜି.ଆର.ଏସ୍‌ମାନେ ଧାରଣାରୁ ଉଠିଲେ

ନୟାଗଡ/୧୨/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପ୍ରତି ଗ୍ରାମ ପଂଚାୟତର ଗ୍ରାମ ରୋଜଗାର ସେବକ ଓ ସେବିକା ମାନେ ଡିସେମ୍ବର ୯ ତାରିଖରୁ ରଣପୁର ବ୍ଲକ୍ ଆଗରେ ୧୨ଦଫା ଦାବି ନେଇ ଧାରଣା ଜାରି ରଖିଥିଲେ। ୩ ଦିନର ଧାରଣା ପରେ ରଣପୁର ବିଡିଓ ସମସ୍ୟା ସମାଧାନ ନକରି ସେମାନଙ୍କୁ ଛଟେଇ କରିବା ଧମକ୍ ଦେଇ ଚାଲିଥିଲେ। ତେଣୁ ଗ୍ରାମ ରୋଜଗାର ସେବକ ମାନେ ଡିସେମ୍ବର ୧୧ ତାରିଖ ରାତ୍ରି ୦୯ ଘଟିକା ସମୟରେ ରଣପୁର ବିଧାୟକ ବାଦଲ ଭାଇଙ୍କ ନୟାଗଡସ୍ଥ ବାସ ଭବନରେ ବିଧାୟକଙ୍କୁ ଅଭିଯୋଗ କରିିଥିଲେ। ବାଦଲ ଭାଇ ସମସ୍ତ ଅଭିଯୋଗ ଶୁଣିଲା ପରେ ନୟାଗଡ ପ୍ରକଳ୍ପ ନିର୍ଦ୍ଧେଶକ ରାୟ ବାବୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଗ୍ରାମ ରୋଜଗାର ସେବକ ମାନଙ୍କର ଜିଓଟ୍ୟାଗ୍ ଅର୍ଥ, ଇନକ୍ରିମେଣ୍ଟ, ଇପିଏଫ୍‌ ଓ ଇନିସିଏଟିଭ୍ ପ୍ରାପ୍ୟ ୭ ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ପାଳନ ପର୍ଯ୍ୟନ୍ତ ମୁଁ ତୁମ ପାଖରେ ବନ୍ଧା ପଡିଲି ବୋଲି କହିଥିଲେ। ସଙ୍ଗେ ସଙ୍ଗେ ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରାଙ୍କୁ ବିଡିଓଙ୍କ ସହ କଥା ବାର୍ତ୍ତା କରି ଆନ୍ଦୋଳନକାରୀ ଗ୍ରାମ ରୋଜଗାର ସେବକ ମାନଙ୍କ ସହ ଆଲୋଚନା କରି ଧାରଣା ଉଠାଇବାକୁ କହିଥିଲେ। ବିଡିଓ ଘରକୁ ଛୁଟିରେ ଯାଇଥିବାରୁ ପ୍ରଭାତ କୁମାର ଦଳବେହେରା ସେହି ରାତ୍ର ୧୧ ଘଟିକା ସମୟରେ ଦର୍ପନାରାୟଣ ପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ଗ୍ରାମ ରୋଜଗାର ସେବକ ମାନଙ୍କ ସହ ଆଲୋଚନା କରିଥିଲେ। ବିଧାୟକଙ୍କ ପ୍ରତିଶୃତି ପାଇ ଗ୍ରାମ ରୋଜଗାର ସେବକ ମାନେ ରାତା ରାତି ଧାରଣାରୁ ଉଠିଥିବା ଜଣା ପଡିଛି। ଡିସମ୍ବେର ୧୨ ତାରିଖରେ କାର୍ଯରେ ଯୋଗ ଦେଇଥିବା ଜଣା ପଡିଛି।