Odiapua.com

ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ପିପିଲିର ଏକ ଫାର୍ମ ହାଉସ୍ ରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ଉ ବେଳେ ଆକ୍ରମଣ-ରିପୋର୍ଟ

ପିପିଲି,୨୨/୪ (ଓଡ଼ିଆ ପୁଅ) : ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ପିପିଲିରେ ଏକ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ଉ ବେଳେ ଜଣେ ମାଜିଷ୍ଟ୍ରେଟଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମାଜିଷ୍ଟ୍ରେଟଙ୍କ ସମେତ ଅନ୍ୟ କିଛି ସଦସ୍ୟଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ଏପରିକି କ୍ୟାମେରାମ୍ୟାନ ଓ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାତ୍ର । ଆକ୍ରମଣରେ ଗୁରୁତର ଥିବା ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଆକ୍ରମଣରେ ଫ୍ଲାଇଂ ସ୍କ୍ବାର୍ଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କ ଅଣ୍ଟା ଏବଂ ମାଜିଷ୍ଟ୍ରେଟ ବିଜୟ କୁମାର କରଙ୍କ ହାତରେ ଗଭୀର ଆଘାତ ଲାଗିଛି ବୋଲି ଖବରରୁ ପ୍ରକାଶ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ବେଳେ ପିପିଲି ଥାନା ଏଏସଆଇ ବିନୟ କୁମାର ଦାସ, କ୍ୟାମେରାମ୍ୟାନ ଦୀପକ ପ୍ରଧାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୁରୀ ଏସପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ଘଟଣାସ୍ଥଳରୁ ଗୋଟିଏ ବାଇକ ଜବତ ହୋଇଛି। ସୂଚନାଯୋଗ୍ୟଯେ, ହୁଙ୍କେଇପୁରସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢାଉ କରିବାକୁ ଯାଇଥିଲେ।