Odiapua.com

ବିଧାୟକଙ୍କ କଙ୍ଗାରୁ କୋର୍ଟକୁ ନିନ୍ଦା: ପାଟଣାଗଡ ବିଧାୟକଙ୍କୁ ଗିରଫ ଦାବି କଲା ନୂଆପଡା ଜିଲ୍ଲା ଆଦିବାସୀ ସଂଘ

ଖଡିଆଳ/ନୂଆପଡା-୦୭.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ବଲାଙ୍ଗିର ଜିଲ୍ଲା ପାଟଣା ବିଧାୟକ ସରୋଜ ମେହେର ଗତ ଜୁନ ୫ ତାରିଖ ଦିନ ପିଡବ୍ଲୁୁଡି ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଘରୁ ଡାକିନେଇ ବେଳପାଡା ବ୍ଲକ ସ୍ଥିତ ଗମ୍ଭାରି ଗ୍ରାମଠାରେ ଲୋକମାନଙ୍କ ସାମନାରେ ୫ ମିନିଟ ମଧ୍ୟରେ ୧୦୦ ଥର ଉଠବସ କରିବା ପାଇଁ ବାଧ୍ୟ କରିଥିବା ବିଷୟକୁ ନେଇ ନୂଆପଡା ଜିଲ୍ଲା ଆଦିବାସୀ ସଂଘ ନିନ୍ଦା ପ୍ରକାଶ କରିଛି। ଜୟକାନ୍ତ ଶବର ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ଗ୍ରାମର ବାସିନ୍ଦା ହୋଇଥିବାରୁ ଏଠିକାର ଲୋକେ ସରୋଜ ମେହେରଙ୍କର ବ୍ୟବହାରକୁ ନିନ୍ଦା କରିବା ସହିତ ତାଙ୍କ ବିରୋଧରେ ନବୀନ ସରକାର ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ବୋଲି ଆଦିବାସୀ ସଂଘ ନୂଆପଡା ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ଶବର ପ୍ରକାଶ କରିଛନ୍ତି। ଜୟକାନ୍ତଙ୍କ ପ୍ରତି ମାନସିକ ନିର୍ଯ୍ୟାତନା ଧମକ ଚମକ ତଥା ଜାତି ଆକ୍ଷେପ କରିଥିବା ସରୋଜ ମେହେରଙ୍କ ବିରୋଧରେ ଜୟକାନ୍ତ ଙ୍କ ସ୍ତ୍ରୀ ପୋଲିସ ଥାନାରେ ଏଫାୟାର ଦେଇଛନ୍ତି। ଏହାର ତଦନ୍ତ କରାଯାଇ ଅପରାଧି ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉବୋଲି ସଂଘ ଦାବି କରିଛି। ନଚେତ ଆଦିବାସୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ସଂଘ ସଭାପତି ଭାନୁ ମାଝୀ, ସମ୍ପାଦକ ବାଳକୃଷ୍ଣ ଶବର ଖଡିଆଳ ବ୍ଲକ ସଭାପତି କାର୍ତିକେଶ୍ୱର ମଲ୍ଲିକ ଉପଦେଷ୍ଟା ଶ୍ରୀମତୀ ଜେମାମଣୀ ଧରୁଆ, ଏବଂ ଖାମ ସିଂ ମାଝୀ ବୋଡେନ ବ୍ଲକ ସଭାପତି ହେମ ମାଝୀ, ସିନାପାଲି ସଭାପତି ଖଗେଶ୍ୱର ମାଝୀ, ଆଦିବାସୀ ନେତ୍ରୀ ମମତାଞ୍ଜଳୀ ମାଝୀ, ସରପଂଚ ବିଦୁର ଶବର, ବିହାରି ଲାଲ ବିଶ୍ୱାଳ, ଜୁଗେଶ୍ୱର ମାଝୀ ଏବଂ ବିହାରି ମାଝୀ ପ୍ରମୁଖ ଦାବି ଜଣାଇଛନ୍ତି।