ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ସ୍ଥିତ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ୫-ଟି ରେ ଅନ୍ତର୍ଭୁକ୍ତ ହୋଇ ୧ କୋଟି ୨୫ ଲକ୍ଷ ଟଙ୍କାର ରୂପାନ୍ତରିତ କାର୍ଯ୍ୟର ଅନୁଦାନ ମିଳିଛି । ଏଥି ଉପଲକ୍ଷେ ଆଜି ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ମୁଖ୍ୟଅତିଥି ଭାବେ ଯୋଗଦେି ଉକ୍ତ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଏହି ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କାଳରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇ, ସ୍ଥାନୀୟ ବିଡିଓ ପ୍ରଦୀପ ସେଠୀ, ଏଇଇ, ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଯୁବନେତା ଲାଲା ସ୍ୱାଇଁ, ବନ୍ତ ଛାତ୍ର ବିଜେଡି ସଭାପତି ପ୍ରଣବ ଲେଙ୍କା, ବସନ୍ତିଆ ସରଞ୍ଚ ଅଶୋକ ସାହୁ, ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀଙ୍କ ସମେତ ଅଧ୍ୟାପକ-ଅଧ୍ୟାପିକା, ସ୍ଥାନୀୟ ଜନ ପ୍ରତିନିଧି ଓ ପଞ୍ଚାୟତସ୍ତରୀୟ ନେତୃତ୍ୱ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ବିଧାୟକଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ସେ ସମସ୍ତ ଆବଶ୍ୟକତାକୁ ବିଧାୟକ ପାଣ୍ଠି ମାଧ୍ୟମରେ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଲୋ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ସୁବାଷ ଦାସ, ମାନସ ପାତ୍ର, ଆଲୋକ ରାଉତ, ବସନ୍ତ ବେହେରା, ଦେବଦତ୍ତ ଜେନା, ବଣ୍ଟି ନୱାଜ, ଶକ୍ତିଧର ରାଉତ, ସଂଜୀବ ଦାସ, ପ୍ରକାଶ ପାତ୍ରଙ୍କ ସମେତ ଶତାଧିକ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ଥିଲେ । ଅନୁରୂପ ୧୨ ଘଟିକା ସମୟରେ ବନ୍ତ ବ୍ଲକ୍ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ଜନଶୁଣାଣି ଅଭିଯୋଗ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଂ ଶ୍ରୀ ସାମଲଙ୍କ ସମେତ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ୍ ଚେୟାରମେନ ମନୋରଂଜନ ଘଡେଇ, ବିଡିଓ, ଏବିଡିଓଙ୍କ ସମେତ ସମସ୍ତ ଅଭିଯୋଗକାରୀ ଉପସ୍ଥିତ ଥିଲେ । ଅପରାହ୍ନରେ ୧୧ ଘଟିକା ସମୟରେ ବନ୍ତ ବ୍ଲକ୍ ପରିସରରେ ମିଶନ ଶକ୍ତି କାଫେର କ୍ଷେତ୍ର ପରିଦର୍ଶନ କରିଛନ୍ତି ବିଧାୟକଙ୍କ ପ୍ରତିନିଧି ଇଂ ଶ୍ରୀ ସାମଲ । ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପରୋକ୍ତ ନେତୃତ୍ୱମାନେ ଉପସ୍ଥିତ ଥିଲେ । ଏହାପରେ ଇଂ ଶ୍ରୀ ସାମଲ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୀର୍ଘଦିନ ଧରି ଧାରଣା ଦେଇଥିବା ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର କର୍ମକର୍ତ୍ତାଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ବୁଝିଥିଲେ ଏବଂ ଏ ଦିଗରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।
ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ଦିବସବ୍ୟାପୀ କାର୍ଯ୍ୟକ୍ରମ
