ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସରକାରଙ୍କ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଭଦ୍ରକ ସରକାରୀ ବାଳିକା ହାଇସ୍ଖୁଲ୍କୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିଥିବା ବିଧାୟକ ସଂଜୀବ ମଲ୍ଲିକ ବିଦ୍ୟାଳୟର ଉନ୍ନତି କରଣ ନିମନ୍ତେ କାର୍ଯ୍ୟାବଳି ସମୀକ୍ଷା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସି.ଏଚ୍. ବିଜୟଲକ୍ଷ୍ମିଙ୍କ ସଭାପତିତ୍ୱ ଓ ଶିକ୍ଷକ ମନୋଜ ସାହୁଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଅନିଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପୁରାତନ ଛାତ୍ରୀସଂସଦର ସଭାପତି ଅଂଜନା ମିଶ୍ର, ପୁରାତନ ଛାତ୍ରୀ ପ୍ରତିନିଧି ସ୍ନେହଲତା ବେହେରା, ଏସ୍. ଏମ୍.ସ.ି ସଭାପତି ପ୍ରଦୀପ ମୁଖାର୍ଜୀ, ଉପ-ସଭାପତି ଦିଲରୁବା ଖାତୁନ୍, ଶିକ୍ଷାବିତ୍ ରାଧାରାଣି ମହାପାତ୍ର, ପୌରପାଳିକା ନିର୍ବାହି ଅଧିକାରୀ ଦେବିପ୍ରସାଦ ରାଉତ ଉପସ୍ଥିତ ରହି ବିଧାୟକଙ୍କ ଏହି ଗଠନ ମୁଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ବିଦ୍ୟାଳୟର ଅଭାବ ଅସୁବିଧାକୁ ପୁରଣ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ବିଦ୍ୟାଳୟକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବାରୁ ବିଦ୍ୟାଳୟ ତଥା ପରିଚାଳନା କମିଟି ଓ ପୁରାତନ ଛାତ୍ରୀ ସଂସଦ ତରଫରୁ ପ୍ରଧାନଶିକ୍ଷୟିତ୍ରୀ ବିଧାୟକଙ୍କୁ କୃତଜ୍ଞତା ଜଣାଇବାସହ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ଉତରରେ ବିଧାୟକ ଉକ୍ତ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ଆବଶ୍ୟକତାକୁ ପୁରଣ କରିବାକୁ ଦୃଢ ସଂକଳ୍ପ ବଦ୍ଧ ବୋଲି ପ୍ରକାଶ କରିବା ସହ ଆରମ୍ଭ କରାଯାଇଥିବା ଉନ୍ନତି ମୁଳକ କାର୍ଯଗୁଡିକର ସମିକ୍ଷା କରିଥିଲେ। ଶିକ୍ଷକ ପ୍ରତିନିଧି ଭାବରେ ପ୍ରଜ୍ଞା ବଳ ଅଭିମତ ରଖିଥିବା ବେଳେ, ଅଭିଭାବକ ଶମ୍ଭୁନାଥ ନାୟକ ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଉଚ୍ଚ ପ୍ରଶଂସା କରିବା ସହ ବିଧାୟକଙ୍କ ମହାନତାକୁ ସାଧୁବାଦ ଜଣାଇଥିଲେ। ଶିକ୍ଷକ ରମଣୀ ରଂଜନ ରାଉତ ଧନ୍ୟବାଦ ଦେଇଥିଲେ।କୋଭିଡ କଟକଣାକୁ ପାଳନ କରି ଶୃଙ୍ଖଳାର ସହ ସଭାକାର୍ଯ୍ୟ ସମାପନ କରାଯାଇଥିଲା