Odiapua.com

ବିଧାୟକଙ୍କ ଦ୍ୱାରା ରଣପୁରରେ ଜାତୀୟ ପତାକା ଉତ୍ତୋଳନ

ନୟାଗଡ଼ ୧୬/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ଦେଶରେ ସ୍ୱାଧିନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରି ହର୍ ଘର୍ ତ୍ରିରଙ୍ଗା ଉଡୁଥିଲା ବେଳେ ରଣପୁରରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। କୋଭିଡ୍ କଟକଣାରୁ ପ୍ୟାରେଡ୍ ବନ୍ଦ ଥିବା ବେଳେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ରଣପୁର ପଞ୍ଚୁଦୋଳ ପଡିଆରେ ପତାକା ଉତ୍ତୋଳନ କରାଯାଇଛି।

ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅଧକ୍ଷା ରଙ୍ଗୀନ୍ ମହାନ୍ତୀ, ଉପାଧକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ ଯୋଗଦେଇ ସ୍ୱାଧିନତା ର ୭୫ ବର୍ଷ ପୁର୍ତ୍ତି ସର୍ମ୍ପକରେ ବକ୍ତବ୍ୟ ରଖିଥିଲେ। ରଣପୁର ଥାନା ତରଫରୁ ଅତିରିକ୍ତ ଉପ ନିରୀକ୍ଷକ ବିଶ୍ୱଭୂଷଣ ସିଂ ପତାକା ଉତ୍ତୋଳନରେ ସହଯୋଗ କରିଥିଲେ। ସମସ୍ତ କାଉନସିଲରମାନେ ଯୋଗ ଦେଇଥିଲେ। ସେହିଭଳି ଭାବରେ ରଣପୁରର ସମସ୍ତ ସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଥିବା ଜଣାପଡ଼ିଛି।